ଏସ୍‌କେସିଜି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଜୟନ୍ତୀ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର ଓଡିଆ ଭାଷା ଓ ସାହିତ୍ୟ ବିଭାଗ ଦ୍ୱାରା ଶ୍ରୀକୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ମହା ସମାହୋରରେ ପାଳିତ ହୋଇଯାଇଛି । ସ୍ନାତକୋତ୍ତର ଓଡିଆ ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ଡ. ଅଜୟ କୁମାର ତ୍ରିପାଠୀଙ୍କ ପୌରହିତ୍ୟରେ ଆୟୋଜିତ ଏହି ସବାରେ ସେବାନିବୃତ ଓଡିଶା ପ୍ରଶାସନିକ ଅଧିକାରୀ ତଥା ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃଷ୍ଣଚନ୍ଦ୍ର ଗଜପତିଙ୍କ ବଂଶଲତା, ଓଡିଶାର ଇତିହାସ, ସ୍ୱତନ୍ତ୍ର ପ୍ରଦେଶ ଗଠନରେ ଭୂମିକା, ରାଜ୍ୟର ବିକାଶପାଇଁ ତାଙ୍କର ଉଦ୍ୟମ, ସେ ସମୟରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷିର ବିକାଶ ଦିଗରେ ତାଙ୍କର ଭୂମିକା ଆଦି ସମ୍ପର୍କରେ ଆଲୋଚନା କରିଥିଲେ । ସେହିପରି ଓଡିଆ ବିଭାଗର ମୁଖ୍ୟ ଡ.ତ୍ରିପାଠୀ ତାଙ୍କ ବକ୍ତବ୍ୟରେ ମହାରାଜାଙ୍କ ମହାନତାପାଇଁ ଓଡିଶାର ଇତିହାସ ତାଙ୍କ ଚିରଦିନ ପାଇଁ ମନେରଖିବ ଏବଂ ପ୍ରତ୍ୟେକ ଓଡିଆ ମହାରାଜାଙ୍କ ସମ୍ପର୍କରେ ଜାଣିବା ଉଚିତ ବୋଲି କହିଥିଲେ । ଓଡିଆ ବିଭାଗର ଅନ୍ୟତମ ଅଧ୍ୟାପକ ଡ.ଚନ୍ଦ୍ରଶେଖର ଦାସ ମହାରାଜାଙ୍କ ପାଇଁ ଆମେ ସ୍ୱତନ୍ତ୍ର ପ୍ରଦେଶ ପାଇଲୁ ଓ ଆମ ଓଡିଆ ଭାଷା ବଞ୍ଚି ରହିଲା ବୋଲି କହିଥିଲେ । ସେହିପରି ଅଧ୍ୟାପକ ଅର୍ଜୁନ ଜେନା, ରାମକୃଷ୍ଣ ପଟ୍ଟନାୟକ, ସ୍ନାତକୋତ୍ତର ଶ୍ରେଣୀର ଛାତ୍ରୀ କୁମାରୀ ପ୍ରିୟା ପ୍ରଧାନ, ସ୍ନାତକ ତୃତୀୟ ବର୍ଷ ଛାତ୍ରୀ କୁମାରୀ ଗାୟତ୍ରୀ ଶବର, ଛାତ୍ର ଏସ୍‌.ଏସ୍‌.ସାବନ ଲିମା ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ଶେଷରେ ଅଧ୍ୟାପକ ଅର୍ଜୁନ ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଭାଗର ସମସ୍ତ ଛାତ୍ରଛାତ୍ରୀ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ