ରାତିରେ ଭଲ ନିଦ ହେଉନି କି…

ରାତିର ୭-୮ ଘଣ୍ଟା ନିଦ ସୁସ୍ଥ ଜୀବନ ଶୈଳୀ ନିମନ୍ତେ ନିତାନ୍ତ ଜରୁରୀ । ଯୁବପିଢ଼ିଙ୍କ ସହ ଅବସରପ୍ରାପ୍ତ ଲୋକଙ୍କ ମୁଖ୍ୟ ସମସ୍ୟା ହେଉଛି ରାତିରେ ଭଲ ନିଦ ହେଉନି ।
ନିଦ ପାଇଁ ପ୍ରଥମ କଥା ହେଲା ଆପଣ ଦିନବେଳା ଶୋଇବା ଅଭ୍ୟାସ ବନ୍ଦ କରିବା ଉଚିତ । ଏଥି ସହ ରାତି୍ରଭୋଜନ ପରେ ଚା କିମ୍ବା କଫି ପିଉଥିଲେ ତାହା ଠାରୁ ଦୂରେଇ ଯିବା ଜରୁରୀ । ଏସବୁ ପାନୀୟରେ ଥିବା ତତ୍ତ୍ୱ ନିଦ୍ରାହୀନତା ସମସ୍ୟା ସୃଷ୍ଟି କରେ । ଶେଯକୁ ଯିବା ପରେ ପତ୍ରିକାଟିଏ ଧରି ପଢ଼ନ୍ତୁ, କିନ୍ତୁ ମୋବାଇଲ ଅଭ୍ୟାସ ବନ୍ଦ କରନ୍ତୁ । ଏ ସମୟରେ କାହା ସହ ବାର୍ତ୍ତାଳାପ ଓ ଇଣ୍ଟରନେଟରେ ବ୍ୟସ୍ତ ନ ରହି ବରଂ ଶୋଇବାକୁ ଗୁରୁତ୍ୱ ଦେବା ଉଚିତ ।
ଦିନରେ ୩୦ ମିନିଟ କସରତ କରିବା ସହ କିଛି ସମୟ ଧ୍ୟାନ କରନ୍ତୁ । ଏହା ଦ୍ୱାରା ଆପଣଙ୍କର ଭଲ ନିଦ ହେବ ।
ରାତିରେ ଗରିଷ୍ଠ ଭୋଜନ କଲେ ମଧ୍ୟ ତାହା କାରଣରୁ ନିଦ୍ରାହୀନତା ସମସ୍ୟା ଉପୁଜିଥାଏ ।
ଖାଦ୍ୟ ବିଶେଷଜ୍ଞଙ୍କ ମତ ଯେ ଶୋଇବାର ୩୦ ମିନିଟ ପୂର୍ବରୁ ୧ ଗିଲାସ ନଖ ଉଷୁମ ଖିର ପିଇଲେ ଭଲ ନିଦ ହୋଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ