ରାତି ଅନିଦ୍ରା ରହିଲେ, ବଦଳିବ ଭାଗ୍ୟ
କଥାରେ ଅଛି କପାଳ ଲିଖନ କେ କରିବ ଆନ । ଅର୍ଥାତ ଭାଗ୍ୟରେ ଯାହା ଲେଖା ଅଛି ମଣିଷକୁ ସେଇଟା ଭୋଗିବାକୁ ପଡିବ । ଏକଥା ଜାଣି ମଧ୍ୟ କିଛି ଲୋକ ଅଛନ୍ତି, ସବୁବେଳେ ଭବିଷ୍ୟତକୁ ନେଇ ଚିନ୍ତାରେ ରୁହନ୍ତି । ଭଗବାନଙ୍କ ପାଖରେ ଅଧିଆ ପଡନ୍ତି । କାଳେ ଭାଗ୍ୟ ବଦଳିଯିବ ଓ ପରିବାରରେ ସୁଖ ଶାନ୍ତି ଭରିଯିବ । ଶାସ୍ତ୍ରବିତ୍ଙ୍କ କହିବା ଅନୁଯାୟୀ ଯଦି ସତରେ ଆପଣ ନିଜ ଭାଗ୍ୟ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି, ତେବେ ଦୀପାବଳୀ, ଶିବରାତ୍ରୀ, ଜନ୍ମାଷ୍ଟମୀ ଏବଂ ଦୋଳପୂର୍ଣ୍ଣିମା କରନ୍ତୁ । ଏହି ଚାରିରାତିକୁ ମହାରାତ୍ରୀ କୁହାଯାଏ । ତେଣୁ ଏହି ଚାରିରାତ୍ରୀ ଭଗବାନଙ୍କ ଆରାଧନା କଲେ ଭାଗ୍ୟ ଉଦୟ ହେବ ବୋଲି କୁହାଯାଏ ।


