ରାଧାକୃଷ୍ଣ ପୂଜା ଓ କଳାକାର ସଂଘର ଦୁଇଦିନିଆ ସମ୍ମିଳନୀ

ହାଟଡ଼ିହି : ବାଲିବରେଇ ପଞ୍ଚାୟତର ନୁଆଗାଁ ଠାରେ ରାଧାକୃଷ୍ଣ ପୂଜା ଓ ଦୁଇଦିନିଆ କଳାକାର ସଂଘର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଁ ଓଡିଶାର କଳା ସଂସ୍କୃତିକୁ ପାଲା ମାଧ୍ୟମରେ ପରିବେଷଣ କରି କଳାକାର ତାର ନିଜସ୍ୱ ଗରିମାକୁ ବଜାୟ ରଖିଥାଏ । ଯାହାକି ଓଡିଆ ଜାତିର ଶ୍ରେଷ୍ଠ ପରିଚୟ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ତର୍ଯ୍ୟାମୀ ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଧାୟକ ଭାଗିରଥି ସେଠୀ ସମ୍ମାନୀତ ଅତିଥି ଭାବେ ପ୍ରବଚକ ହୃଷିକେଶ ରାଉତ, ଜିଲ୍ଲା କାଳାକାର ସଂଘର ଜିଲ୍ଲା ସମ୍ପାଦକ କିଶୋର ମହାନ୍ତି, କଳାକାର ସଂଘ ସଭାପତି ଦିବାକର ବାରିକ, କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ରନାଥ ମିଶ୍ର, ଉପଦ୍ଦେଷ୍ଟା ରତ୍ନାକର ଦାସ, ବାଲିବରେଇ ପଞ୍ଚାୟତର ସରପଞ୍ଚ ପ୍ରତିଭା ନାୟକ, ସମାଜସେବୀ ମନ୍ଦରଧର ସାମଲ ପ୍ରମୁଖ ଯୋଗଦେଇ ଆଜିର ଅବକ୍ଷୟମୁକ୍ଷୀ ସମାଜରେ ଓଡିଶାର ପାଲା ସଂସ୍କୃତି ହିଁ ସାମାଜିକ ମୁଲ୍ୟବୋଧ ପ୍ରତିଷ୍ଠା କରିବାରେ ସଫଳ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । କଳାକାର ମାନେ ପାଲା, ଦାସକାଠିଆ, ସଂଙ୍କର୍ତ୍ତନ ଆଦି ପରିବେଷଣ କରି ଏହି ସଂସ୍କୃତିକୁ ବଞ୍ଚାଇ ରଖି ପାରିଛନ୍ତି ବୋଲି କହିଥିଲେ । ଏହି ଅବସରରେ ବିଭିନ୍ନ କଳାକ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ଗୌରାଙ୍ଗ ଚରଣ ରାଉତ, ସଙ୍ଖାଳି ଚରଣ ରାଉଳ, ଅଲେଖ ଚରଣ ମହାନ୍ତି, ନିରଞ୍ଜନ ରାଉତ, ମନମୋହନ ରାଉତ, ଉତ୍ତମ କୁମାର ରାଉଳ, ଗୋପାଳ ମହାନ୍ତି, ବସନ୍ତ କୁମାର ପହି, ସଞ୍ଜୟ କୁମାର ଜେନା, ରାଜୁ ହେମ୍ରମ, ଶ୍ରୀକାନ୍ତ ପାତ୍ର, ପ୍ରମୁଖ କଳାକାର ମାନଙ୍କୁ ବିଧାୟକ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପରେପରେ ଇଶ୍ୱର ଚନ୍ଦ୍ର ଦସ, ପ୍ରଭାକର ପାଣି, ମାଣିକ ବେହେରା, ଓ ସେମାନଙ୍କ ସାଥି ମାନଙ୍କ ଦ୍ୱାରା ପଳଶ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମକୁ ରବିନ୍ଦ୍ର କୁମାର ଲେଙ୍କା, ପିତାମ୍ବର ପଣ୍ଡା, ରବିନ୍ଦ୍ର ଦେହୁରୀ, ବିଜୟ ସେଠୀ, ଅନନ୍ତ ମୁଦୁଲି, ପ୍ରଶାନ୍ତ ନାୟକ, ରାଜେଶ ରାଉତ, ଗୌରାଙ୍ଗ ରାଉତ, ଶ୍ରୀକାନ୍ତ ଘଡେଇ, ବୈଷ୍ଣବ ମଲ୍ଲିକ, ପ୍ରତାପ ରାଉତ, ଅଶୋକ କୁମାର ପଣ୍ଡା, ମନମୋହନ ରାଉତ ପ୍ରମୁଖ ପରିଚାଳନା କରିଥିଲେ । ବିଧାୟକ ଶ୍ରୀଯୁକ୍ତ ସେଠୀ ରାଧାକୃଷ୍ଣଙ୍କ ନିକଟରେ ପୂଜାର୍ଚ୍ଚନା କରିବା ସହିତ ନୁଆଗାଁର ଦୋଳ ମେଳନ କମିଟି ପକ୍ଷରୁ ଏପରି ଆୟୋଜନ କରାଯାଇ ଥିବାରୁ କମିଟିର କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ