ରାମଚନ୍ଦ୍ରପୁର ଠାରେ ବିଜେପିର ମିଶ୍ରଣ ପର୍ବ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ରାମଚନ୍ଦ୍ରପୁର ପଂଚାୟତ ଛତାବର ଠାରେ ବିଜେପି ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ସୁବର୍ଣ୍ଣମୁଖୀ ମଣ୍ଡଳ ସଭାପତି ପ୍ରଫୁଲ୍ଲ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ନିର୍ବାଚନର ମଣ୍ଡଳୀ ବିଜେପି ନେତା ବଦ୍ରିନାରାୟଣ ଧଳ ଯୋଗଦେଇ ବିଭିନ୍ନ ଦଳରୁ ଆସିଥିବା କର୍ମୀଙ୍କୁ ସ୍ୱାଗତ କରିଥିଲେ। ଦେଶ ଏବେ ନରେନ୍ଦ୍ର ମୋଦିଙ୍କ ଆହ୍ଵାନ ରେ ପ୍ରଗତି କରୁଥିବା ବେଳେ ଆପଣ ମାନଙ୍କ ଯୋଗଦାନ ଦଳକୁ ଅଧିକ ରୁ ଅଧିକ ଶକ୍ତିଶାଳୀ କରିବ ବୋଲି ଶ୍ରୀ ଧଳ ଉପସ୍ଥିତ କର୍ମୀ ମାନଙ୍କୁ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭଣ୍ଡାରିପୋଖରୀ ମଣ୍ଡଳ ସଭାପତି ଗିରିଶ ଚନ୍ଦ୍ର ସାମଲ, ବ୍ଲକ ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ବରିଷ୍ଠ ବିଜେପି ନେତା ନିର୍ମଳ କର, ପ୍ରକାଶ ମହାପାତ୍ର, ପ୍ରଦୀପ ସାହୁ, ଅଜୟ ପାତ୍ର, ନାରିନେତ୍ରୀ ତପସ୍ୱିନୀ ମହାପାତ୍ର, ଜୟସ୍ମିତା ଗୋଛାୟତ ପ୍ରମୁଖ ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ରାମଚନ୍ଦ୍ରପୁର ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ କେତକୀ ସାମଲଙ୍କ ସମେତ ଅବସରପ୍ରାପ୍ତ ପ୍ରଶାସକ ଓ ବିଭିନ୍ନ ୱାର୍ଡରୁ ଆସିଥିବା ରାଜନୈତିକ ଦଳର କର୍ମୀମାନେ ବିଜେପିରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମକୁ ଯୁବ ବିଜେପି ନେତା ପ୍ରଦ୍ୟୁମ୍ନ ସେନାପତି, ଭଗବାନ ସାମଲ ଓ ଅନ୍ୟମାନେ ପରିଚାଳନା କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ