ବୁଗୁଡା ବ୍ଲକ ସ୍ତରୀୟ କୃଷକ ସମ୍ପର୍କ ମେଳା

ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍‌): ଓଡିଶା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବୁଗୁଡା ବ୍ଲକ ସ୍ତରୀୟ କୃଷକ ସମ୍ପର୍କ ମେଳା ବୁଧବାର ଦିନ କାନସୁକା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ଏହି  ମେଳାକୁ ବୁଗୁଡା ବ୍ଲକ ଅଧ୍ୟକ୍ଷା ମାମି ସେନାପତି ଉଦଘାଟନ କରିଥିଲେ।ଭଞ୍ଜନଗର ଜିଲ୍ଲା କୃଷି ଅଧିକାରୀ ଅର୍ଜୁନ ବିଷୋୟୀ କୃଷକ ସମ୍ପର୍କ ମେଳାରେ ଅଧ୍ୟକ୍ଷତା କରିଥିବା ବେଳେ କୃଷି ବିଭାଗ ସହନିର୍ଦ୍ଦେଶକ କାଶୀନାଥ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ କୃଷି ବିକାଶ କେନ୍ଦ୍ର ବୈଜ୍ଞାନିକ ସିଦ୍ଧାର୍ଥ ରଣବିଜୁଳି, ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା,ସହକାରୀ ମତ୍ସ୍ୟଚାଷ ଅଧିକାରୀ ସୁରେଶ ବେହେରା, ଆତ୍ମା ଅଧ୍ୟକ୍ଷ ମୁକୁନ୍ଦ ନାୟକ,ବୁଗୁଡା ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ଵାଇଁ,ଜିଲ୍ଲା ପରିଷଦ ସଦସ୍ୟା ଭୁବନେଶ୍ୱରୀ ଖଟେଇ, ଜିଲ୍ଲା ପରିଷଦ ସଭ୍ୟ ରେବତୀ ମୋହନ ନାୟକ,ବରିଷ୍ଠ କୃଷକ ମଦନ ଗୋପାଳ ଦୋରା ପ୍ରମୁଖ ଯୋଗଦେଇ ନିଜ ନିଜ ମତ ରଖିଥିଲେ। ବୁଗୁଡା ସହକାରୀ କୃଷି ଅଧିକାରୀ ନିହାର ରଞ୍ଜନ ପୃଷ୍ଟି ସ୍ୱାଗତ ଭାଷଣ ଓ ବାଲିପଦର ସହକାରୀ କୃଷି ଅଧିକାରୀ ସ୍ୱାଗତିକ ପତି ଅତିଥି ପରିଚୟ ପ୍ରଦାନ କରିଥିଲେ।କେ ରାମଶଙ୍କର ରାଓ ଧନ୍ୟବାଦ ଅର୍ପଣ କରିଥିଲେ। ଗୌଡିଆ ବୋରଦା ସରପଞ୍ଚ ବାବୁଲି ବେହେରା ଓ ସମିତି ସଭ୍ୟ ଟୁନା ନାୟକ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଅତିଥି ବୃନ୍ଦଙ୍କ ଦ୍ଵାରା କୃଷକ ମାନଙ୍କୁ କୃଷି ଯନ୍ତ୍ରପାତି ବଣ୍ଟନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ