ରାସ୍ତାରେ ଧାନ ରଖି ଚାଷୀଙ୍କ ଧାରଣା

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳ ସହିତ ଦକ୍ଷିଣବାଡ ପଞ୍ଚାୟତ ଅଧିନରେ ଥିବା ଚାଷୀମାନେ ଧାନବିକ୍ରୟ କରିପାରୁନାହାଁନ୍ତି । ଏପରିକି ୧ତାରିଖରୁ ଟୁକନ ପାଇ ମଣ୍ଡିରେ ଆଣି ଧାନ ଗଦା କରିଥିଲେ ସୁଦ୍ଧା ପ୍ରଶାସନ ଅଧିନରେ ଥିବା ମିଲର ମାନେ ଏହାକୁ ନେଉନାହାଁନ୍ତି । ଯେଉଁଥିପାଇଁ ଚାଷୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଉଥିଲେ ସୁଦ୍ଧା କୌଣସି ଲାଭ ହେଉନାହିଁ । ପରିଶେଷରେ ଆଜି ଭଣ୍ଡାରିପୋଖରୀ ମୁଖ୍ୟ ରାସ୍ତାରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚାଷୀ ମାନେ ରାସ୍ତାରେ ଧାନ ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଖବରପାଇ ଘଟଣା ସ୍ଥଳରେ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ ଓ ଯୋଗାଣ ଅଧିକାରୀ ରେବତୀସ ସିଂନାୟକ ଚାଷୀ ମାନଙ୍କୁ ବୁଝା ସୁଝା କରିବା ସହ ଆଗାମୀ ପାଞ୍ଚ ଦିନ ମଧ୍ୟରେ ମଣ୍ଡିରେ ଥିବା ଧାନକୁ ମିିଲର ନେବ ବୋଲି ପ୍ରତିଶୃତି ଦେଇଥିଲେ । ଅଧିକାରୀଙ୍କ ପ୍ରତିଶୃତିକୁ ସମ୍ମାନ ଜଣାଇ ଚାଷୀମାନେ ଆନ୍ଦୋଳନକୁ ପ୍ରତ୍ୟାହାର କରିଥିଲେ । ଏଥିରେ ଚାଷୀ ବିବେକାନନ୍ଦ ଜେନା, ରବିନ୍ଦ୍ର ପଣ୍ଡା, ଦାଶରଥି ପାତ୍ର, ହୃଷିକେଷ ଜେନା, ନାରାୟଣ ଜେନା, ବିଜୟ ନାୟକ , ପ୍ରମୋଦ ମହାପାତ୍ର, ରାମଚନ୍ଦ୍ର ସେଠୀ, ନିରଞ୍ଜନ ସାହୁ, ମୁରଳୀଧର ଓଝା, ନିତ୍ୟାନନ୍ଦ ଭାରତ, ରାଜେନ୍ଦ୍ର ଜେନା, ଭାସ୍କର ସେନାପତି, ଶେଷଦେବ ପାତ୍ର, କାର୍ତ୍ତିକ ସାହୁ ପ୍ରମୁଖ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ