ବିଜେଡିର ସାଂଗଠନିକ ବୈଠକ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ବିଜେଡି ପକ୍ଷରୁ ଆଜି ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସଭାପତି ଲକ୍ଷ୍ମୀଧର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବିଧାୟକଙ୍କ ପ୍ରତିନିଧି ପ୍ରଣିତକାନ୍ତି ସାମଲ ଯୋଗଦେଇ ସଂଗଠନ ବିଷୟରେ ବିଭିନ୍ନ ଆଲୋଚନା କରିଥିଲେ । ଏହା ସହିତ ସରକାରଙ୍କ ଜନହିତକାରୀ ଯୋଜନା କେଉଁଭଳି ଭାବେ ପଞ୍ଚାୟତ ଗୁଡିକରେ କାର୍ଯ୍ୟକାରୀ ହେଉଛି ସେ ସମ୍ପର୍କରେ ଶ୍ରୀସାମଲ ଉପସ୍ଥିତ କର୍ମୀଙ୍କ ଠାରୁ ପଚାରି ବୁଝିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେଡି ନେତା ଦେବେନ୍ଦ୍ର ଦାସ, ବ୍ଲକ ଯୁବ ସଭାପତି ଲଳିତ ରାଉତ, ଯୁବନେତା ପ୍ରଣିତକାନ୍ତି ସାମଲ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ । ବୈଠକରେ ରଣଜିତ, ବିଣ୍ଣୁପୁର, ରାମଚନ୍ଦ୍ରପୁର, ନିର୍ଗୁଣ୍ଡି ପଞ୍ଚାୟତର ଛାମୁଆ କର୍ମୀ ମାନେ ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ