ରାସ୍ତା କଡରେ ଠିଆ ହୋଇଥିବା ବେଳେ ପିଟିଦେଲା କାର୍ ,ଦୁଇ ଗୁରୁତର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :ଏମିତି ବି ହୁଏ ଦୂର୍ଘଟଣା । ଯାହାକି ସମସ୍ତଙ୍କୁ ଚକିତ କଲାଭଳି । ରାସ୍ତାକଡରେ ଠିଆ ହୋଇଥିବା ବେଳେ ପଛରୁ ପିଟିଦେଲା କାର୍ ।ଦୁଇ ଗୁରୁତର ।ସ୍ଥାନୀୟ ଲୋକେ ଉଦ୍ଧାର କରି ଚନ୍ଦ୍ରଗିରି ଡାକ୍ତରଖାନାରେ ଦୁଇ ଯୁବକଙ୍କୁ ଭର୍ତ୍ତି କଲେ ।ସେମାନେ ହେଲେ ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରିର କାଳୁଚରଣ ବେହେରା ଓ ଜିତେନ୍ଦ୍ର ମହାଙ୍କୁଡ । ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି ।ସୂଚନା ପ୍ରକାରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ପାର୍କ ସାହି ଅଞ୍ଚଳର ପ୍ରମୋଦ ପାତ୍ର ,ମହେନ୍ଦ୍ରଗଡ଼ ଆସି ନିଜ ପରିବାର ସହ ପୁଣି ବ୍ରହ୍ମପୁର ଯାଉଥିବା ସମୟରେ ଚନ୍ଦ୍ରଗିରି ମୁଖ୍ୟ ବଜାରରେ ଘଟିଥିଲା ଏଭଳି ଦୂର୍ଘଟଣା।ତେବେ ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଦୂର୍ଘଟଣା ଘଟାଇଥିବା ଗାଡ଼ିକୁ ଜବତ କରିବା ସହ ମାମଲା ରୁଜୁ କରି ଡ୍ରାଇଭରକୁ ପଚରାଉଚରା କରିବା ପରେ ଛାଡ଼ି ଦେଇଛନ୍ତି । ଏହି ଦୂର୍ଘଟଣାର ଦୃଶ୍ୟ ସିସିଟିଭି ଫୁଟେଜ୍ ମଧ୍ୟ ବର୍ତ୍ତମାନ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ରାସ୍ତା କଡ଼ରେ ବ୍ୟକ୍ତି ଜଣଙ୍କ ନିଜ ବାମପଟରେ ଚାଲି ଚାଲି ଯାଇ ଅନ୍ୟଜଣେ ବ୍ୟକ୍ତିଙ୍କ ସହ କାନ୍ଧରେ ହାତ ପକାଇ କିଛି କଥା ହେଉଥିଲେ।ଆଉ ଠିକ୍ ସେତିକି ବେଳେ ପଛପଟୁ ଗୋଟିଏ ନାଲି ରଙ୍ଗର କାର ଆସି ତାଙ୍କୁ ଧକ୍କା ଦେଇ ଚାଲି ଯାଉଥିବା ବେଳେ କିଛି ଲୋକ କାରଟିକୁ ଅଟକାଇ ଥିଲେ।ଆଉ ସେତିକି ବେଳେ ଲୋକେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରି ଚନ୍ଦ୍ରଗିରି ସ୍ୱାସ୍ଥ୍ୟୁ କେନ୍ଦ୍ରରେ ଭର୍ତ୍ତି କରିଥିଲେ।


