ରାସ୍ତା କାମର ଟେଣ୍ଡର ଖୋଲି ୭ଦିନ ବିତିଲା ହେଉନି ଲଟେରି

ମୋହନା,(ଅଂଶୁମାନ ପଣ୍ଡା):ଗଜପତି ଏକ ଆଦିବାସୀ ବହୁଳ ଜିଲ୍ଲା ହୋଇ ଥିବା ବେଳେ, ଜିଲ୍ଲା ର ମୋହନାନିର୍ବାଚନ ମଣ୍ଡଳୀ ଉପରେ ନଜର ଥାୟ ସବୁ ନେତା ମନ୍ତ୍ରୀଙ୍କ | ହେଲେ ଏଠି ଗାଁ ଗୁଡିକୁ ଯିବା ଆସିବା ପାଇଁ ରାସ୍ତା କିଛି ଜାଗାରେ ଅଛି ତ କିଛି ଜାଗାରେ ନାହିଁ, ରାସ୍ତା ନିର୍ମାଣ ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର କିଛି ଦିନ ତଳେ୧୦ଟି ରାସ୍ତା ନୂତନ ନିର୍ମାଣ ପାଇଁ ଅନୁମତି କରିଥିଲେ ଏହା କୁ ନେଇ ବହୁଠିକାଦାର  ଟେଣ୍ଡର ପକାଇଥିଲେ | ଗତ୨୨ତାରିଖ ରେ ଟେଣ୍ଡର ଖୋଲା ଯାଇଥିଲା ପ୍ରତେକ କାମ ପାଇଁ୨୦ଉର୍ଦ୍ଧ୍ବ ଠିକାଦାର ଆବେଦନ କରିଥିଲେ କିନ୍ତୁ ଆଜିକୁ ୭ଦିନ ବିତିଲାଣି ଏହାର ଲଟେରିହେଉନି, ଠିକାଦାର ମାନଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି | ଅନ୍ୟପଟେ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟରେ ମଧୁଚନ୍ଦ୍ରିକ ଚାଲିଛି, ଟେଣ୍ଡର କୁ ନେଇ କେତେ ପିସି ରେ ଫିକ୍ସ ହେବ ତାହା ଏବେ ଚର୍ଚ୍ଚା ଚାଲିଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ