ରୂପା, ସୁନା ଦରବୃଦ୍ଧି
ନୂଆଦିଲ୍ଲୀ: କୋଭିଡ-୧୯ ସମୟରେ ବି ହୁ ହୁ ହୋଇ ବଢ଼ୁଛି ସୁନା ଓ ରୂପା ଦର । ପରିସ୍ଥିତି ଏଭଳି ହୋଇଛି ଘରୋଇ ବଜାରରେ ଏବେ ଉଭୟ ସୁନା ଭରି ଏବଂ ରୂପା କିଲୋ ୫୦,୦୦୦ ଟପିଯାଇଛି । ଏମିତିକି ଗୋଟିଏ ଦିନରେ ବଜାରରେ ରୂପା କିଲୋ ପିଛା ୧୨୦୦ ଟଙ୍କାରୁ ଅଧିକ ବୃଦ୍ଧି ଘଟିଛି । ବିଶ୍ୱ ବଜାରରେ ସୁନା ଚାହିଦା ବଢ଼ିବାରେ ଲାଗିଛି । କାରଣ ପୁଞ୍ଜି ବଜାରରେ ନିବେଶକମାନେ ଏବେ ସୁନାକୁ ହିଁ ମାତ୍ର ଭରସାଯୋଗ୍ୟ ନିବେଶ ମାଧ୍ୟମ ଭାବେ ବିବେଚନା କରୁଛନ୍ତି । ଫଳସ୍ୱରୂପ ଘରୋଇ ବଜାରରେ ଏହି ଧାତବ ପଦାର୍ଥର ମୂଲ୍ୟ ବଢ଼ୁଛି । ଯାହା ଫଳରେ ରାଜଧାନୀ ନୂଆଦିଲ୍ଲୀରେ ସୁନା ୧୦ ଗଆମ ପିଛା ୨୩୨ ଟଙ୍କା ବୃଦ୍ଧି ଘଟି ୫୦,୧୮୪ ଟଙ୍କା ହୋଇଛି । ସେହିଭଳି ରୂପା ମୂଲ୍ୟ କିଲୋପିଛା ଦିନରେ ୧୨୭୫ ଟଙ୍କା ବୃଦ୍ଧି ଘଟି ୫୨,୯୩୨ ଟଙ୍କାରେ ପହଞ୍ଚିଛି ।


