ରୋଟାରୀ କ୍ଲବ ଛତ୍ରପୁର ପକ୍ଷରୁ ବୃକ୍ଷ ପ୍ରଦାନ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ୨୦ଟି ଇଣ୍ଡୋର ଗଛ ପ୍ରଦାନ କରାଯାଇଛି । କରୋନା ମହାମାରୀ ସମୟରେ ଘର ପରିସରରେ ଅମ୍ଳଜାନ ପ୍ରଦାନକାରୀ ବୃକ୍ଷ ଗୁଡିକର ଉପାଦେୟତା ପ୍ରତିପାଦିତ ହୋଇଥିଲା । ଏଣୁ କ୍ଲବ ପକ୍ଷରୁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ବିଭିନ୍ନ କୋଠରୀ ରେ ସୌନ୍ଦର୍ଯ୍ୟ ବୃଦ୍ଧି ସହ ବାୟୁ ମଣ୍ଡଳ ଶୋଧନ ପାଇଁ ଏହା ପ୍ରଦାନ କରାଯାଇଛି । ଗୁରୁବାର ଅପରାହ୍ନରେ ରୋଟାରୀ କ୍ଲବ ସଭାନେତ୍ରୀ ଏସ ରେଖା ମହାନ୍ତି ଓ ସମ୍ପାଦିକା ସ୍ବାଗତିକା ସାମନ୍ତ ରାୟ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ଅଧିକ୍ଷକ ଡା ପ୍ରଫୁଲ୍ଲ ଚନ୍ଦ୍ର ଗୌଡ, ବରିଷ୍ଠ ପଦାଧିକାରୀ ଡା ସୁଦର୍ଶନ ସାହୁ ଓ ପରିଚାଳକ ସନ୍ତୋଷ ପଣ୍ଡାଙ୍କୁ ବୃକ୍ଷ କୁଣ୍ଡ ଗୁଡିକ ହସ୍ତାନ୍ତର କରିଥିଲେ ।


