ଯୁବକ ଙ୍କ ମୃତଦେହ ଉଦ୍ଧାର
ଶେରଗଡ଼, (ବିଭୁ ପ୍ରସାଦ ଦାସ) :-ଯୁବକଙ୍କ ମୃତଦେହ ଉଦ୍ଧାର l ହତ୍ୟା ସନ୍ଦେହ l ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଷ୍ଟାଡିୟମ ପଛପଟ ପାଚେରୀ ନିକଟ ରୁ ଆଜି ସକାଳୁ ସକାଳୁ ଜଣେ ଯୁବକ ଙ୍କ ମୃତଦେହ ଉଦ୍ଧାର ହୋଇଛି l ମୃତ ଯୁବକ ହେଲେ ରାମଗିରି ଗ୍ରାମର ମୃତ ବିଜୟ କୁମାର ସାହୁଙ୍କ ୨୫ ବର୍ଷୀୟ ପୁଅ ସିମାଞ୍ଚଳ ସାହୁ l ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଥିବା ବେଳେ ବିଳମ୍ବିତ ରାତିରେ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି l ଅନ୍ୟପଟେ ଖବର ପାଇ ଶେରଗଡ଼ ଥାନା ଅଧିକାରୀ ମନୋଜ କୁମାର ପ୍ରଧାନ ଓ ଆସ୍କା ଏସ୍ଡିପିଓ ଉମା ଶଙ୍କର ସିଂ ଘଟଣାସ୍ଥଳ ରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ଛତ୍ରପୁର ରୁ ସାଇଣ୍ଟିଫିକ ଟିମ ସହ ଡ଼ଗସ୍କୁଆଡ଼ ଘଟଣା ସ୍ଥଳରେ ପହଞ୍ଚିଛି । ହେଲେ ସିମାଞ୍ଚଳ ଙ୍କ ମୃତ୍ୟୁ କିଭଳି ହେଲା, ଯଦି ତାଙ୍କର ହତ୍ୟା ହୋଇଛି ତାହାଲେ କିଏ ଓ କାହିଁକି ହତ୍ୟା କଲା ତାର ଖିଅ ଖୋଜୁଛି ଏବେ ପୋଲିସ l ଶେରଗଡ଼ ଥାନା କେଶ ନଂ ୨୦୩/୨୨ ମାମଲା ରୁଜ୍ଜୁ କରି ଖୋଲ ତାଡ଼ କରୁଛି ପୋଲିସ I


