ଲକଡାଉନ୍ ନିୟମ ନ ମାନିବାରୁ ଅମାନିଆଙ୍କୁ ତଣ୍ଡ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଉପଖଣ୍ଡ ର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଭଞ୍ଜନଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଅମାନିଆ ବାଇକ ଚାଳକ ଙ୍କ ପ୍ରତି ଧରପଗଡ ଜୋରଦାର କରିଛନ୍ତି | ଭିନ୍ନ ଭିନ୍ନ ସ୍ଥାନରୁ ମୋଟ ୧୬ ହଜାର ୫୦୦ଟଙ୍କା ଜୋରିମାନା ଆଦାୟ କରିଛନ୍ତି | ଏହାଛଡା ଲକଡାଉନ ସମୟରେ ଦୋକାନ ଖୋଲିବା ଯୋଗୁଁ ଗାଙ୍ଗପୁର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଏବଂ ନିମିନା ଗ୍ରାମରେ ବ୍ୟବସାୟୀ ଙ୍କ ଠାରୁ ମୋଟା ଅଙ୍କ ର ଜୋରିମାନା ଆଦାୟ କରିଛନ୍ତି | ଉପଜିଲ୍ଲାପାଳ କହିଛନ୍ତି ଯେଉଁମାନେ ଲକଡାଉନ ନିୟମ ମାନୁ ନାହାନ୍ତି ସେମାନେ ଦେଶର ଶତ୍ରୁ ଏବଂ ଏବଂ ଆଗକୁ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି


