କରୋନା ମୁକାବିଲା ପାଇଁ ୪୬ କୋଟି ପ୍ରଦାନ କଲେ ଫ୍ଲିପ୍‌କାର୍ଟ ଓ ଓ୍ବାଲମାର୍ଟ

ମୁମ୍ବାଇ : କରୋନା ମୁକାବିଲା ପାଇଁ ଫ୍ଲିପ୍‌କାର୍ଟ ଏବଂ ଓ୍ବାଲମାର୍ଟ ସହାୟତାର ହାତ ବଢାଇଛନ୍ତି । ଉଭୟ କମ୍ପାନୀ ମିଳିତ ଭାବରେ କରୋନା ମୁକାବିଲା ପାଇଁ ୪୬ କୋଟି ଟଙ୍କାର ସହାୟତା ପ୍ରଦାନ କରିଛନ୍ତି । ଉଭୟ କମ୍ପାନୀ ପକ୍ଷରୁ ୩୮.୩ କୋଟି ଟଙ୍କା ବ୍ୟକ୍ତିଗତ ସୁରକ୍ଷା ଉପକରଣ ପାଇଁ ମଞ୍ଜୁର କରାଯାଇଥିବା ବେଳେ ବଳକା ଅର୍ଥ ଏନ୍‌ଜିଓକୁ ପ୍ରଦାନ କରାଯିବ । ବିଭିନ୍ନ ସ୍ବାସ୍ଥ୍ୟ କର୍ମୀଙ୍କ ପାଇଁ ବ୍ୟକ୍ତିଗତ ସ୍ବାସ୍ଥ୍ୟ ଉପକରଣ ପାଇଁ ୩୮.୩ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହା ସହିତ ଗୁଞ୍ଜ ଏବଂ ଶ୍ରୀଜନ ଫାଉଣ୍ଡେସନ୍‌ ନାମକ ଏକ ଏନ୍‌ଜିଓକୁ ବଳକା ୭.୭ କୋଟି ଟଙ୍କା ପ୍ରଦାନ କରାଯାଇଛି । ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ମଞ୍ଜୁର ଅର୍ଥରେ ୩ ଲକ୍ଷ ଏନ୍‌ ୯୫ ମାସ୍କ ଏବଂ ୧ ଲକ୍ଷ ମେଡିକାଲ୍‌ ଗାଉନ୍‌ ପ୍ରଦାନ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ