ଲକଡାଉନ ପ୍ରଭାବ ଠପ୍ ହୋଇଛି ଖଣି ସହର

ଯୋଡା : କରୋନା ଭାଇରସ ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ସାରା ଓଡିଶା ଏପରିକି ସମଗ୍ର ଦେଶକୁ ୨୧ ଦିନ ପାଇଁ ଲକଡାଉନ ଘୋଷଣା କରାଗଲାଣି । ଏହି ପରିପ୍ରେକ୍ଷୀରେ ଖଣି ସହର ଯୋଡାରେ ମଙ୍ଗଳବାର ଠାରୁ ଜାରି ହୋଇଥିବା ଲକଡାଉନର ପ୍ରଭାବ ପରିଲକ୍ଷିତ ହୋଇଥିଲା । ଯୋଡା ସହରାଞ୍ଚଳ ସମେତ ଗ୍ରାମାଞ୍ଚଳରେ ମୁଖ୍ୟବଜାର ଗୁଡିକ ସମ୍ପୂର୍ଣ୍ଣ ନାକାବନ୍ଦୀ ରହିଥିବା ବେଳେ ପ୍ରଶାସନିକ ଅଧିକାରୀ ମାନେ ପ୍ରତି ଗାଁକୁ ବୁଲି ଲକଡାଉନକୁ ସଫଳ କରିବାରେ ଲାଗି ପଡିଥିଲେ । ସହରର ପ୍ରବେଶ ପଥରେ ପୋଲିସ ପହରା ଦେବା ସହ କୌଣସି କାମ ନଥାଇ ବୁଲୁଥିବା ଲୋକମାନଙ୍କୁ ସହର ମଧ୍ୟକୁ ଛାଡୁନଥିବା ଦେଖାଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ ନେବାକୁ ଆସୁଥିବା ଲୋକ ମାନଙ୍କୁ ପଚାରୁ ବୁଝିବା ପରେ ସହର ମଧ୍ୟକୁ ପ୍ରବେଶ କରିବାକୁ ଦିଆଯାଉଛି । ବୁଧବାର ସକାଳେ ଯୋଡା ସହର ଏବଂ ଆଖପାଖ ଗ୍ରାମାଞ୍ଚଳ ଓ ମୁଖ୍ୟରାସ୍ତାରେ ପୋଲିସ ପଇଁତରାକୁ କଡାକଡି କରାଯାଇଛି । ବଡବିଲ ଏସଡିପିଓ ସତ୍ୟବିକାଶ ଭୂୟାଁଙ୍କ ନିର୍ଦ୍ଦେଶକ୍ରମେ ଯୋଡା ଥାନା ଅଧିକାରୀ ରାଇସେନ ମୁର୍ମୁ ପୋଲିସ ସଦଳବଳେ ସମ୍ପୂର୍ଣ୍ଣ ସହର ଓ ଗାଁ ଗୁଡିକୁ ବୁଲି କଡା ପ୍ରହରୀ ଦେଉଥିଲେ । ସାରା ବିଶ୍ୱରେ କରୋନା ଭଳି ମହାମାରୀ ବଡ ରୂପ ନେଉଥିବା ବେଳେ ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ୟମ ଜାରି ରହିଛି । ସମସ୍ତ ଦୋକାନ ବଜାର ଗୁଡିକ ବନ୍ଦ ରହିଥିବା ବେଳେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଥିଲା । ସେହିପରି କରୋନାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମଗ୍ର ଜିଲ୍ଲାରେ ଲକଡାଉନ ଜାରି କରାଯାଇଥିବା ବେଳେ ଏହି ନିୟମକୁ ଭାଙ୍ଗୁଥିବା ଲୋକଙ୍କ ଉପରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସେହିପରି ଲକଡାଉନ ସମୟରେ ଗାଡି ଚଳାଚଳ କରୁଥିବା ବାଇକ ଆରୋହୀ ଓ କାର ଚାଳକ ମାନଙ୍କ ଠାରୁ ଜୋରିମାନା ଆଦାୟ କରାଯାଉଛି । ବୁଧବାର ସକାଳୁ ସହରର ପ୍ରମୁଖ ଛକ ସ୍ଥାନ ମାନଙ୍କରେ ବ୍ୟାରିକେଟ ଦେଇ ନାକାବନ୍ଦୀ କରାଯାଇ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରାଯାଇଥିବା ବେଳେ ପୋଲିସ କଡନରେ ପୁରାପୁରି ଯୋଡା ଅଞ୍ଚଳ ଥିବା ଦେଖାଯାଇଛି । ସେହିପରି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ଅନ୍ତର୍ଗତରେ ଆସୁଥିବା ଯୋଡା ଓ ବଡବିଲ ଅଞ୍ଚଳରେ । ଯୋଡା-ବଡବିଲ ଅଞ୍ଚଳରେ ଲକଡାଉନ ସ୍ଥିତିକୁ ସମୀକ୍ଷା ଏବଂ ଅନୁଧ୍ୟାନ କରିବା ନିମନ୍ତେ ବୁଧବାର ଅପରାହ୍ନରେ ଚମ୍ପୁଆ ଉପଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ପହଞ୍ôଚ ଏନଏସି ଗେଟ,ଯୋଡା ବସଷ୍ଟାଣ୍ଡ ଓ ଯୋଡା ମାର୍କେଟ ଅଞ୍ଚଳରେ ଅନୁଧ୍ୟାନ କରିବା ସହ ସ୍ଥିତିକୁ ସମୀକ୍ଷା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ