ଲକଡାଉନ ସମୟରେ ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ
ଭାତରରେ ପ୍ରମୁଖ ପ୍ରାନ୍ତରେ ଲକଡାଉନ ଚାଲିଥିବା ବେଳେ କେତୋଟି ସଂସ୍ଥା ଅଳ୍ପ କର୍ମଚାରୀଙ୍କୁ ନେଇ କାର୍ଯ୍ୟାଳୟ ଆରମ୍ଭ କରିଛନ୍ତି । ଗରମର ପ୍ରଭାବ ସମୟ କ୍ରମେ ବଢ଼ିବା ସହ ଏଇ ସମୟରେ ନିଜ ଖାଦ୍ୟପାନୀୟ ବାବଦକୁ ମଧ୍ୟ ସତର୍କ ରହିବା ଉଚିତ । ଖାଦ୍ୟ ବିଶେଷଜ୍ଞଙ୍କ ମତରେ ବର୍ତ୍ତମାନ ପରିସ୍ଥିତିରେ ପ୍ରତ୍ୟେକ ବର୍ଗର ଲୋକ ବାହାରୁ ଖାଦ୍ୟ ଆଦୌ ବରାଦ କରନ୍ତୁ ନାହିଁ । ଘରେ ହିଁ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରି ସପରିବାର ଖାଆନ୍ତୁ ।
ମୃଦୁପାନୀୟ ପିଇବା ପରିବର୍ତ୍ତେ ବରଂ ଘରେ ଲେମ୍ବୁ ପାଣି ଦହି ସରବତ, ତରଭୁଜ ରସ ଇତ୍ୟାଦି ପିଇବାର ମଜା ନିଅନ୍ତୁ । ଜଙ୍କ ଫୁଡ ଖାଆନ୍ତୁ ନାହିଁ, କାରଣ ଏସବୁ ଖାଦ୍ୟ ହଜମ ହେବା ପାଇଁ ଅଧିକ ସମୟ ଲାଗେ । ଏହା ସହ ଜଙ୍କ ଫୁଡ ଖାଇବା ପରେ ଖୁବ ଆଶ୍ୱସ୍ତ ଲାଗିଥାଏ ।
ପ୍ରତିଦିନ ୧୨-୧୫ ଗିଲାସ ପାଣି ପିଇବାର ଅଭ୍ୟାସ ଆରମ୍ଭ କରନ୍ତୁ । ଫ୍ରିଜରେ ଥିବା ଅଧିକ ଦିନ ବାସ ଖାଦ୍ୟ ଖାଇଲେ ମଧ୍ୟ ତାହା ପେଟ ସମସ୍ୟା ଉପୁଜିଥାଏ । ଏଣୁ ସେ ସବୁଠାରୁ ଦୂରେଇ ରହିବା ଉଚିତ ।
ସମୁଦ୍ର ମାଛ, ଲୁଣି ମାଛ ଏଇ ଦିନେ ଖାଆନ୍ତୁ ନାହିଁ । କାରଣ ଗ୍ରୀଷ୍ମଦିନେ ଏସବୁ ଖାଇଲେ ଶରୀର ଉପରେ କୁପ୍ରଭାବ ପଡ଼ୁଥିବାର ଅନୁଧ୍ୟାନରୁ ଜଣାପଡ଼ିଛି ।
ଆପଣ ସପ୍ତାହକୁ ୨-୩ ଥର ଚିକେନ ଖାଇପାରନ୍ତି । ଦ୍ୱିପହର ଭୋଜନରେ ପ୍ରତିଦିନ ସାଲାଡ ଖାଇବା ମଧ୍ୟ ହିତକାରୀ ।


