ଲକ୍ଷ୍ମୀପୁର ବିଦ୍ୟାଳୟରେ ରୋଷେୟା ନିଯୁକ୍ତିକୁ ନେଇ ଉତ୍ତେଜନା

ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ବ୍ଲକ ଅଧିନସ୍ଥ ପାଣିଗଣ୍ଡା ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ରୋଷେୟା ନିଯୁକ୍ତିକୁ ନେଇ ଉତ୍ତେଜନା ଦେଖା ଦେଇଛି । ଘଟଣାରୁ ପ୍ରକାଶ କରୋନା କାଳରୁ ବିଦ୍ୟାଳୟ ବହୁ ଦିନ ଧରି ବନ୍ଦ ରହିବା ଫଳରେ ବିଦ୍ୟାଳୟ ଖୋଲିବା ପରେ ମଧ୍ୟାହ୍ନ ଭୋଜନ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦେବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦେଶ ଆସିବା ପରେ ପୁଣି ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ପରିସରରେ ରନ୍ଧା ଖାଦ୍ୟ ଦେବା ପ୍ରକ୍ରିୟା ଆରମ୍ଭ ହେଲା । ପ୍ରତ୍ୟେକ ଦିନ ମଧ୍ୟାହ୍ନ ଭୋଜନ ରୋଷେଇ କରୁଥିବା ଦୁଇ ମହିଳାଙ୍କ ମଧ୍ୟରୁ ଜଣେ ନିଯୁକ୍ତି ପାଇଥିବା ଚାକିରୀ ଛାଡି ଚାଲି ଗଲେ । ଯାହା ଦ୍ୱାରା ଖାଲି ପଡିଥିବା ରୋଷେୟା ପଦବୀ ପାଇଁ ବିଦ୍ୟାଳୟ ପରିଚାଳନା କମିଟି ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଅବଗତ କରି ଗ୍ରାମର ଜଣେ ଗରିବ ଓ ଭିନ୍ନକ୍ଷମ ମହିଳାଙ୍କୁ ନିଯୁକ୍ତି ଦେବା ପାଇଁ ବିଦ୍ୟାଳୟ କମିଟି ପ୍ରସ୍ତାବ ରଖିଥିବା ବେଳେ ଗ୍ରାମର କିଛି ଲୋକ ଅନ୍ୟ ଜଣେ ମହିଳାଙ୍କୁ ନିଯୁକ୍ତି ଦେବା ପାଇଁ ଦାବି କରି ଥିଲେ । କିନ୍ତୁ ପରିଚାଳନା କମିଟି ଗ୍ରାମବାସୀଙ୍କ ଦାବିକୁ ମନା କରି ଭିନ୍ନକ୍ଷମ ମହିଳାଙ୍କୁ ନିଯୁକ୍ତି କରାଇବା ପାଇଁ ଆବେଦନ କରିଥିଲେ । ଯାହାକୁ ନେଇ ମଙ୍ଗଳବାର ଦିନ ବିଦ୍ୟାଳୟ ପରିସରରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଖବର ପାଇ ଘଟଣା ସ୍ଥଳରେ ସିଆରସିସି ସୁନାମ ମଣ୍ଡଳ ପହଞ୍ଚି ଶିକ୍ଷକ, କମିଟି ଓ ଗ୍ରାମ ବାସୀଙ୍କୁ ବୈଠକ କରିବା ପାଇଁ ଡାକିଥିଲେ । କିନ୍ତୁ ଗ୍ରାମବାସୀ ପହଁଚିଲେ ନାହିଁ । ଅନ୍ୟପଟେ ଗ୍ରାମବାସୀ ଅନ୍ୟ ମହିଳାଙ୍କୁ ନିୟୋଜିତ କରାଇ ଦେବା ପାଇଁ ତାଙ୍କ ଠାରୁ ଟଙ୍କା ନେଇଥିବା ଶୁଣିବାକୁ ମିଳୁଛି ବୋଲି କମିଟି ସଭ୍ୟ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ