ଲକ୍ଷ୍ମୀ ନାରାୟଣ କଲେଜରେ ବିଦାୟକାଳୀନ ସମ୍ବର୍ଦ୍ଧନା
କୋଦଳା,(ଗୁଲସନ୍ କୁମାର କର) : ସ୍ଥାନୀୟ ଲକ୍ଷ୍ମୀ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆଜି ଦିବା ୧୧ ଘଣ୍ଟ ସମୟରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟ ଅଧକ୍ଷ ଡ. ସିମାଞ୍ଚଳ ମୁନିଙ୍କ ସଭାପତିତ୍ୱରେ ବରିଷ୍ଠ କିରାଣୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ପଟ୍ଟନାୟକ ଓ ଆଦର୍ଶ ପିଅନ ଶ୍ରୀ ଭାସ୍କର ଚନ୍ଦ୍ର ସେଠୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସସମ୍ନାନ ସହ ବିଦାୟ ଉତ୍ସବ ପାଳନ କରାଯାଇଥିଲା l କଲେଜ ପାଇଁ ଏମାନଙ୍କ ବହୁତ ଅବଦାନ ସହ କାର୍ଯ୍ୟକୁ ଭୁରି ଭୁରି ପ୍ରଂଶସା କରିଥିଲେ l କର୍ମତ, ମିଷ୍ଟଭାଷୀ ଓ କର୍ତ୍ତବ୍ୟ ପରାୟଣ ବ୍ୟକ୍ତି ଥିଲେ l କଲେଜର ସମସ୍ତ କର୍ମଚାରୀ ଦୁହେଁଙ୍କ ବିଦାୟ ପାଇଁ ଦୁଃଖ ପ୍ରକାଶ କରିବା ସହ ଭବିଷ୍ୟତ ଜୀବନ ସୁଖମୟ ପାଇଁ କାମନା କରିଥିଲେ l ସମ୍ପାଦକ ଶ୍ରୀ ମିହିର କୁମାର ପଟ୍ଟନାୟକ, ଶ୍ରୀ ପ୍ରଶାନ୍ତ କୁମାର ମାଝୀ ଓ ଶ୍ରୀ କ୍ଷୀରୋଦ ଚନ୍ଦ୍ର ମହାପାତ୍ର ଧନ୍ୟବାଦ ଦେବା ସହ ମଞ୍ଚ ପରିଚାଳନା କରିଥିଲେ l


