ଏନ୍‌.ଡି.ଆର.ଏଫ୍ ପକ୍ଷରୁ ବିଶ୍ୱ ସ୍ତରୀୟ ବିମଷ୍ଟେକ ତାଲିମ ଶିବିର

କୋଣାର୍କ,(ଗଣେଷ ଚନ୍ଦ୍ର ବେହେରା) : ବୁଧବାର ଏନ୍‌.ଡି.ଆର.ଏଫ୍ ପକ୍ଷରୁ ବିଶ୍ଵ ସ୍ତରୀୟ ମକଡ୍ରିଲ ମକଡ୍ରିଲ କୋଣାର୍କ ରାମଚଣ୍ଡୀ ଠାରେ ଅନୁଷ୍ଠିତ ହୋଇଛି।ଯେଉଁଥିରେ ଭାରତ ସମେତ ଅନ୍ୟ ଛଅଟି ଦେଶ ଯୋଗ ଦେଇ ଥିଲେ।ଏଥିରେ କେନ୍ଦ୍ର ଗୃହ ମନ୍ତ୍ରୀ ଓ ଏନ୍ ଡି ଆର୍ ଏଫ୍ ଡିଜି ଯୋଗଦେଇ ଉଦଘାଟନ କରିଥିଲେ।ବିଶ୍ୱ ତାପମାତ୍ରା ବଢିବା ଏବଂ ଜଳ ବାୟୁ ପରିବର୍ତନ ହେବାରୁ ବିଭିନ୍ନ ସମୟ ରେ ସାରା ବିଶ୍ୱ ରେ ବାତ୍ୟା, ବନ୍ୟା, ସୁନାମି, ଭୂମିକଂପ ଭଳି ପ୍ରାକୃତିକ ବିପର୍ଯ୍ୟୟ ରୁ କିଭଳି ଉପକୂଳ ବର୍ତ୍ତୀ ଲୋକ ମାନଙ୍କୁ ସୁରକ୍ଷା ଯୋଗାଇ ଦିଅ।ଯିବା ସହିତ ବିଶ୍ଵ ଐତିହ୍ୟ କୁ ସୁରକ୍ଷା ଦିଅ।ଯାଇ ପାରିବ ସେ ନେଇ ଦ୍ୱିତୀୟ ଥର ପାଇଁ କୋଣାର୍କ ରାମଚଣ୍ଡୀ ମୁହଁ।ଣ ନିକଟରେ ଏନ୍ ଡି ଆର୍ ଏଫ୍ ତରଫରୁ ମକଡ୍ରିଲ ମାଧ୍ୟମରେ ପ୍ରଶିକ୍ଷଣ ଦିଆଯାଇଥିଲା । ରାମଚଣ୍ଡୀ ନଦୀ ପାର୍ଶ୍ୱ ରେ ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର ପ୍ରତି ଛବି ସହିତ କୋଣାର୍କ ର ବିଭିନ୍ନ ହୋଟେଲ, ଶିକ୍ଷା ଅନୁଷ୍ଠାନ ଓ ଗ୍ରାମର ଛବିକୁ ସ୍ଥାନ ଦିଆଯାଇଥିଲା l ଯଦି ପ୍ରାକୃତିକ ବିପର୍ଜୟ ତଥା ସୁନାମି କିମ୍ବା ବାତ୍ୟା ଆସେ ତାହାରେ ଏହାକୁ କିପରି ସାମ୍ନା କରିବା ସହ ଲୋକ ମାନଂକୁ ଉଦ୍ଧାର କରିବା ତାହା ଏନ୍ ଡି ଆର୍ ଏଫ୍ ତରଫରୁ ତାଲିମ ଦିଆ ଯାଇଥିଲା ବିଶେଷକରି ଏହି ବିମଷ୍ଟେକ ମକଡ୍ରିଲ ରେ ଭାରତ ସମେତ ଶ୍ରୀଲଙ୍କା, ଭୁଟାନ,ବାଙ୍ଗଲାଦେଶ,ନେପାଳ, ଥାଇଲାଣ୍ଡ, ମିଅଁ।ମାର ଆଦି ଛଅ ଗୋଟି ଦେଶର ପ୍ରତିନିଧୀ ମାନେ ଏଥିରେ ଭାଗ ନେବା ସହିତ ସ୍ଥାନୀୟ ଲୋକ ମାନଙ୍କୁ ଏଥିରେ ସାମିଲ କରିଥିଲା ଏନ୍ ଡି ଆର୍ ଏଫ୍ ଟିମ। ଯାହା ପାଇଁ ରାମଚଣ୍ତୀ ମୁହାଣ ଜନ ଗହଳି ଦେଖା ଦେଇଥିଲା। ଯେଉଁଥିରେକି ସୁନାମି ଦ୍ୱରା ଲୋକମାନେ କିପରି ପ୍ଲାଷ୍ଟିକ ଡ୍ରମ, କଦଳୀ ଭାରା, ଟ୍ୱଉ ଏବଂ ବିଭିନ୍ନ ହାଲୁକା ଜିନିଷ କୁ ଧରି ପହଁରିବା ସମୟରେ ହେଲିକପ୍ଟର ଦ୍ୱରା ଆସି କିପରି ଏନ୍ ଡି ଆର୍ ଏଫ୍ ଟିମ ଲୋକ ମାନଂକୁ ଉଦ୍ଧାର କରୁଛନ୍ତି ତାହା ପ୍ରଶିକ୍ଷଣ ମାଧ୍ୟମରେ ଦର୍ଶାଇଥିଲେ ମହା ସାଗରୀୟ ଗବେଷଣା କେନ୍ଦ୍ର ସୂଚନା ଅନୁସାରେ ଓଡ଼ିଶାର ବାଲେଶ୍ଵର ଠାରୁ କୃଷ୍ଣପ୍ରସାଦ ଖାସ କରି ପୁରୀଜିଲ୍ଲା ର ଅସ୍ତରଙ୍ଗ ଠାରୁ କୃଷ୍ଣପ୍ରସାଦ ପ୍ରାୟ ଅଠାସି ଟି ଅଂଚଳ ଆଗାମୀ ଦିନରେ ପ୍ରାକୃତିକ ବିପର୍ଜୟ ଯଥା ସୁନାମି, ବାତ୍ୟା ପରିସର ଭିତରେ ଆସୁଥିବାରୁ କୋଣାର୍କ ରେ ଏହି ମକଡ୍ରିଲ ହେବା ଦ୍ୱ।ରା ଲୋକମାନେ ସଚେତନ ହେବାସହ ନିଜକୁ ରକ୍ଷା କରିବା ସହ ଅନ୍ୟକୁ ସାହାଯ୍ୟ କରିପାଇବେ ବୋଲି କେନ୍ଦ୍ର ମନ୍ତ୍ରୀ କୁହନ୍ତି lଯେଉଁଥିରେ ସୂର୍ଯ୍ୟମନ୍ଦିର କୋଣାର୍କ ପ୍ରାକୃତିକ ପରିବେଶ ସହିତ ଜଙ୍ଗଲ ଓ କୋଣାର୍କର ଜନବସତି ଅଂଚଳକୁ ଏହି ମଡେଲ ମାଧ୍ୟମରେ ଦର୍ଶା ଯାଇଥିଲା । ଏହି ମକଡ୍ରିଲ ମାଧ୍ୟମରେ କିଭଳି ଲୋକ ମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇପାରିବ ଓ ବିଶ୍ଵ ଐତିହ କୁ ସୁରକ୍ଷା କରାଯାଇ ପାରିବ ସେ ନେଇ ପ୍ରଶିକ୍ଷଣ ଦିଅ।ଯିବା ମୂଳଲଷ ବୋଲି ଏନ୍ ଡି ଆର୍ ଏଫ୍ ଡି ଜି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ