ଲକଡ଼ାଉନ:କାହାର ପୁଷମାସ ତ କାହାର ସର୍ବନାଶ
ହିଞ୍ଜିଳିକାଟୁୂ,(ୱାଇଏନଏସ): ଗଂଜାମ ଜିଲ୍ଲା ହିଂଜିଳିକାଟୁ ବ୍ଳକରେ ଲକଡ଼ାଉନ ସମୟରେ ବିଭିନ୍ନ ପଂଚାୟତରେ ରନ୍ଧାଖାଦ୍ୟ ପ୍ରଦାନରେ ବ୍ୟାପକ ଅନିୟମିତତା ହେଉଥିବା ସାଧାରଣରେ ଅଭିଯୋଗ ହେଉଛି । ହିଂଜିଳିକାଟୁ ବିଡ଼ିଓ ପ୍ରସନ କୁମାର ପାତ୍ରଙ୍କ ସୁଚନାନୁସାରେ ସ୍ଥାନୀୟ ବ୍ଳକର ୨୧ ଟି ପଂଚାୟତ ମଧ୍ୟରୁ ୧୬ ଟି ପଂଚାୟତରେ ୭୯୩ ଲୋକେ ଦୈନିକ ରନ୍ଧାଖାଦ୍ୟ ଖାଉଛନ୍ତି । ସେହିପରି ପୌର ପରିଷଦର କାର୍ୟ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁଙ୍କ ସୁଚନା ପ୍ରକାରେ ପୌରାଂଚଳରେ ସକାଳ ସମୟରେ ୨୫ ଓ ରାତ୍ର ସମୟରେ ୨୨ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ବାହାର ରାଜ୍ୟରୁ ୯୪ ଜଣ ଆସି ସ୍ଥାନୀୟ ପୌରାଂଚଳରେ ବସବାସ କରୁଥିବା ବେଳେ ୪୩ ଜଣ ନିଜେ ବିଭିନ୍ନ ପ୍ରକାରରର ବୁଲି ବୁଲି ବ୍ୟବସାୟ କରୁଥିବା ବେଳେ ଅବଶିଷ୍ଟ ବିଭିନ୍ନ ଠିକାଦାରଙ୍କ ନିକଟରେ ରହି କାର୍ୟ୍ୟ କରୁଛନ୍ତି । ପୌର ପରିଷଦ ପକ୍ଷରୁ ବାହାର ରାଜ୍ୟରୁ ଆସି ନିଜେ ବେପାର ବରଇଜ କରୁଥିବା ୪୩ ଲୋକଙ୍କୁ ସାପ୍ତାହିକ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଉଛି । ସରକାରଙ୍କ ନିୟମାନୁସାରେ ଯେଉଁମାନେ ବାର୍ଦ୍ଧ୍ୟକ ଭତା ପାଉଛନ୍ତି ଓ ଏପରିକି ଯେଉଁ ମାନଙ୍କର ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅର୍ନ୍ତଭୁକ୍ତ ଥାଇ ରାସନ ପାଉଛନ୍ତି, ସେମାନେ ପଂଚାୟତସ୍ତରରେ ପ୍ରଦାନ କରାଯାଉଥିବା ରନ୍ଧାଖାଦ୍ୟ ପାଇବାକୁ ଯୋଗ୍ୟ ନୁହଁ । କିନ୍ତୁ ଏହି ନିୟମ ସ୍ଥାନୀୟ ବ୍ଳକର କିଛି ପଂଚାୟତରେ କାର୍ୟ୍ୟକାରୀ ହେଉନଥିବା ଅଭିଯୋଗ ହୋଇଛି । ସରକାର, ବିଭିନ୍ନ ହିତାଧିକାରୀଙ୍କୁ ବିଭିନ୍ନ ଭତା ବାବଦରେ ଅଗ୍ରୀମ ୨ ହଜାର ଟଙ୍କା ସମେତ ଖାଉଟି କାର୍ଡ଼ ହିତାଧିକାରୀଙ୍କୁ ୩ ମାସର ଚାଉଳ ଓ ରାସନ ସାମଗ୍ରୀ ପ୍ରଦାନ କରି ଆସୁଛନ୍ତି । ଯେଉଁମାନେ ନିରାଶ୍ରୟ, ବିକଳାଙ୍ଗ, ବାହାର ରାଜ୍ୟ କିମ୍ବା ଜିଲ୍ଲାରୁ ଆସି ରହିଛନ୍ତି, ସେମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଥିବା ବିଡ଼ିଓ ପାତ୍ର ଓ ପୌର ପରିଷଦର ନିର୍ବାହୀ ଅଧିକାରୀ ସାହୁ କହିଛନ୍ତି । ବାସ୍ତବରେ ଦେଖାଯାଉଛି ଅଧିକାଂଶ ପଂଚାୟତରେ ନିମ୍ନମାନର ରୋଷେଇ କରାଯାଉଥିବା ବେଳେ ଏପରିକି ବହୁ ଅଯୋଗ୍ୟ ବ୍ୟକ୍ତି ମଧ୍ୟ ପଂଚାୟତସ୍ତରେ ପ୍ରଦାନ କରାଯାଉଥିବା ରନ୍ଧାଖାଦ୍ୟ ଖାଉଥିବା ଅଭିଯୋଗ ହେଉଛି । ବିଭିନ୍ନ ପଂଚାୟତରେ


