ଗଜପତିରେ ଏଫ୍ସିଆଇ ବଞ୍ଚାଅ ଦିବସ ପାଳନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା କାଶୀନଗର ବ୍ଲକର ବିଭିନ୍ନ ରଇତ (କୃଷକ) ସଂଗଠନ ଓ ଏଆଇକେଏମ୍ଏସ୍ ତରଫରୁ ଏଫ୍ସିଆଇ ବଞ୍ଚାଅ ଦିବସ ପାଳନ ହୋଇଯାଇଛି । ଏଆଇକେଏମ୍ଏସ୍ ନେତୃତ୍ୱରେ ବିଭିନ୍ନ କୃଷକ ସଂଘ ତରଫରୁ ଗୋଦାମ ଘେରାଉ କରାଯିବା ସହ ବିକ୍ଷୋଭ ପ୍ରଦର୍ଶିତ କରାଯାଇଛି । ଗଜପତି ଜିଲ୍ଲାର କାଶୀନଗର ବ୍ଲକ ଅନ୍ତର୍ଗତ ମିନିଗାଁ ଓ ସିଙ୍ଗିପୁର ମଧ୍ୟଭାଗରେ ଥିବା ଉକ୍ତ ଗୋଦାମ୍ ସମ୍ମୁଖରେ ରଇତ ସଂଗଠନର ସଦସ୍ୟମାନେ ଏକତ୍ରିତ ହୋଇ କେନ୍ଦ୍ର ସରକାରଙ୍କ ଦା୍ୱରା ପ୍ରଣୀତ ୩ କଳା କୃଷି ଆଇନ୍ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରି ଗୋଦାମକୁ ଘେରାଉ କରିଥିଲେ । କେନ୍ଦ୍ର ସରକାର ବିଭିନ୍ନ କ୍ଷତିର ଆଳ ଦେଖାଇ ସରକାର ଭାରତୀୟ ଖାଦ୍ୟ ନିଗମକୁ ବିକ୍ରି କରି ଘରୋଇ କମ୍ପାନୀମାନଙ୍କ ହାତରେ ଟେକି ଦେବାକୁ ଷଢଯନ୍ତ୍ର କରୁଛନ୍ତି । ସରକାରୀ ସଂଗ୍ରହ ବ୍ୟବସ୍ଥା, ଖାଦ୍ୟ ସୁରକ୍ଷା ତଥା ଏଫସିଆଇକୁ ବଞ୍ଚାଇବା ଲାଗି “ଏଫସିଆଇ ବଂଚାଅ ଦିବସ” ପାଳନ ଜରିଆରେ ଏଫସିଆଇ ଗୋଦାମ୍ ଘେରାଉ କରାଯିବ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।


