ଲାଞ୍ଚ ଖୋର କିରାଣୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ସରକାର ଯେତେ ୬ଟି ବ୍ୟବସ୍ଥା କଲେ ମଧ୍ୟ ଲାଞ୍ଚୁଆ ସରକାରୀ କର୍ମଚାରୀଙ୍କ ଖାତିର ନାହିଁ । ଖାଲି ରାତି ପାହିଲେ ଟେବୁଲ୍ ତଳେ ପୁଳେ ପୁଳେ ଟଙ୍କା ଦରକାର । ଟଙ୍କା ପାଇଲେ ଆକାଶରୁ ଫାଇଲ ଆଣି ଚୋଷି ଦେବେ । ସେମାନଙ୍କର ଭିଜିଲାନ୍ସକୁ ଖାତିର ନାହିଁ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର ବାଦାମପାହାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କନିଷ୍ଠ ସହାୟକ ହିମାଂଶୁ ଶେଖର ପଣ୍ଡାଙ୍କ କ୍ଷେତ୍ରରେ । ବୁଧବାର ଦିନ ଭିଜିଲାନ୍ସ ଜାଲ ରେ ବାଦାମପାହାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ କିରାଣୀ ହିମାଂଶୁ ଶେଖର ପଣ୍ଡା ୨୫ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାସ ହାତରେ ଆଜି ଧରାପଡିଛନ୍ତି । ସପ୍ତମ ବେତନ କମିଶନର ବକେୟା ୨୦ ଶତାଂଶ ପାଇଁ ବିଲ୍ ପାଇଁ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ଗୋପୀନାଥ ମାରାଣ୍ଡିଙ୍କ ଠାରୁ ଅଗ୍ରୀମ ୧୦,୦୦୦ ଟଙ୍କା ବିଲ ପାଶ କରିବା ପାଇଁ ନେଇଥିଲେ । ବକେୟା ୨୫,୦୦୦ ଟଙ୍କା ପାଇଁ ତାଙ୍କର ବିଲ ଅଟକାଇଥିଲେ । ଟଙ୍କା ନାହିଁ ତ ବିଲ ପାଶ୍ ନାହିଁ । ବିଚରା ଆଦିବାସୀ ପୁଅ ଗୋପୀନାଥ ଅଫିସ ଦୌଡି ଦୌଡ଼ି ନୟାନ୍ତ ହେଲାପରେ ଗୁହାରି ଜଣାଇଲେ ଭିଜିଲାନ୍ସକୁ । ପୂର୍ବ ଯୋଜନା ଅନୁଯାୟୀ କରିତକର୍ମା କନିଷ୍ଠ ସହାୟକ ହିମାଂଶୁ ସାର୍ ବିଲ କରେଇଦେବା ବାବଦକୁ ଆଜି ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ଗୋପୀନାଥ ହେମ୍ବ୍ରମଙ୍କ ଠାରୁ ଟଙ୍କା ଲାଞ୍ଚ ନେଉଥିଲେ ! ବାଲେଶ୍ଵର ଭିଜିଲାନ୍ସ ଏସପି, ବାରିପଦା ଏ ଏସପି, ଏବଂ କର୍ମଚାରୀ ବୃନ୍ଦ ଆଜି କରିତକର୍ମା ହିମାଂଶୁ ପଣ୍ଡା ଲାଞ୍ଚ ନେଉଥିବା ବେଳେ ମାଡି ବସିଥିଲେ । ଯାହାକୁ ନେଇ ସାରା ବାଦାମ ପାହାଡ଼ରେ ଚର୍ଚା ଚାଲିଛି ! ଭିଜିଲାନ୍ସ ତରଫରୁ ତାଙ୍କ ର ସରକାରୀ ବାସ ଭବନ ଓ ଅଫିସ କାର୍ଯ୍ୟାଳୟରେ ଚଢ଼ାଉ ହୋଇଥିଲା । ଚାରିଆଡେ ଚର୍ଚ୍ଚା ରାଜ୍ୟରେ ୬ଟି କାର୍ଯ୍ୟକାରୀ ହେଉଥିବାବେଳେ ସରକାରଙ୍କୁ କେମିତି ଖୋଲମଖୋଲା ଚାଲେଞ୍ଜ କରୁଛନ୍ତି ଦୁର୍ନୀତି ଗ୍ରସ୍ତ ସରକାରୀ କର୍ମଚାରୀ । ସେମାନଙ୍କ ପଛରେ କିଏ ଧଳା ହାତୀ ଅଛନ୍ତି ଯାହାଙ୍କ ନିର୍ଦ୍ଦେଶରେ ଏମାନେ ଏଭଳି କାମ କରିବାକୁ ସାହାସ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ