‘ଲାଲ ସିଂ ଚଢା’ରେ ଅଡିସନ୍ ଦେଇଥିଲେ କରୀନା

ମୁମ୍ବାଇ : ‘ଲାଲ ସିଂ ଚଢା’ କରୀନାଙ୍କ କ୍ୟାରିଅରର ପ୍ରଥମ ଫିଲ୍ମ ଅଟେ, ଯେଉଁଥିପାଇଁ ତାଙ୍କୁ ଅଡିସନ ଦେବାକୁ ପଡ଼ିଛି। ଏକ ସାକ୍ଷାତକାରରେ କରୀନା କହିଛନ୍ତି ଯେ ‘ଲାଲ ସିଂ ଚଢା’ ଫିଲ୍ମ ପାଇଁ ତାଙ୍କୁ ସ୍କ୍ରିନିଂ ପ୍ରକ୍ରିୟା ଦେଇ ଯିବାକୁ ପଡ଼ିଥିଲା। ଫଳରେ କ୍ୟାରିଅରରେ ପ୍ରଥମ ଥର ପାଇଁ ସେ ଅଡିସନ୍‌ର ସମ୍ମୁଖୀନ ହୋଇଥିଲେ। ନଚେତ ସେ ଏପରି କୌଣସି ସିନେମା କିମ୍ବା ବ୍ୟକ୍ତିଙ୍କ ପାଇଁ ଏହା କେବେ ବି କରି ନାହାନ୍ତି। କେବଳ ଆମୀର ଖାନଙ୍କ ପାଇଁ ସେ ଏପରି କରିଥିବା କରୀନା କହିଛନ୍ତି। ସୂଚନାଯୋଗ୍ୟ ଯେ ‘ଲାଲ ସିଂ ଚଢା’ ୧୯୯୪ରେ ଆସିଥିବା ହଲିଉଡ୍‌ ସିନେମା ‘ଫରେଷ୍ଟ ଗମ୍ପ’ର ହିନ୍ଦୀ ରିମେକ୍‌ ଅଟେ। ଏହି ଫିଲ୍ମରେ ଟମ୍‌ ହ୍ୟାଙ୍କସ୍‌ ଅଭିନୟ କରିଥିବା ଚରିତ୍ରରେ ଆମୀର ନଜର ଆସିବାକୁ ଯାଉଛନ୍ତି। ତାଙ୍କ ବିପକ୍ଷରେ ଅଛନ୍ତି କରୀନା କପୁର ଖାନ। ଏହି ସିନେମାର ଶୁଟିଂ ଆରମ୍ଭ ହୋଇସାରିଛି। ଆସନ୍ତା ବର୍ଷ ଖ୍ରୀଷ୍ଟମାସ ଅବସରରେ ଏହା ରିଲିଜ୍‌ ହେବାକୁ ଯାଉଛି। ଅଭିନେତ୍ରୀ କରୀନା କପୁର ଖାନ ବଲିଉଡ୍‌ରେ ଗତ ୨୦ ବର୍ଷ ହେଲାଣି ଅନେକ ଗୁଡ଼ିଏ ହିଟ୍‌ ଫିଲ୍ମ ଦେଇ ସାରିଛନ୍ତି। ୨୦୦୦ ମସିହାରେ ସେ ‘ରିଫ୍ୟୁଜି’ ଫିଲ୍ମ ମାଧ୍ୟମରେ ବଲିଉଡ୍‌ ଡେବ୍ୟୁ କରିବା ପରେ ଏବେ ସେ ତାଙ୍କ କ୍ୟାରିଅରର ଉଚ୍ଚତମ ସ୍ଥାନରେ ରହିଛନ୍ତି। ଏତେ ବର୍ଷ ଭିତରେ କରୀନା ଗୋଟିଏ ବି ଫିଲ୍ମ ପାଇଁ ଅଡିସନ୍‌ ଦେଇ ନ ଥିଲେ। ତାଙ୍କୁ ଆପେ ଆପେ ଫିଲ୍ମର ଅଫର ମିଳି ଯାଉଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ