ଲେହ ଜେନେରାଲ ହସ୍ପିଟାଲ ଅବସ୍ଥା ନେଇ ସେନାର ସ୍ପଷ୍ଟିକରଣ

ନୂଆଦିଲ୍ଲୀ, : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଲେହ ଗସ୍ତ କାଳରେ ପରିଦର୍ଶନ କରିଥିବା ଲେହ ଜେନେରାଲ ହସ୍ପିଟାଲର ଅବସ୍ଥା ନେଇ କେତେକ ଭିତ୍ତିହୀନ ଓ ଉଦ୍ଦେଶ୍ୟ ପ୍ରଣୋଦିତ ଅଭିଯୋଗ ଦୃଷ୍ଟିଗୋଚର ହୋଇଛି । ଆମ ସଶସ୍ତ୍ର ସେନାର ସାହସିକ ଯବାନଙ୍କ ଚିକିତ୍ସା ନେଇ ଏଭଳି ଅମୂଳକ ଅଭିଯୋଗ ବାସ୍ତବିକ ଦୁର୍ଭାଗ୍ୟଜନକ । ସଶସ୍ତ୍ର ସେନା ଏହାର କର୍ମଚାରୀମାନଙ୍କୁ ଯଥାସମ୍ଭବ ସର୍ବୋକୃଷ୍ଟ ସେବା ଯୋଗାଇଥାଏ । ଏହା ସ୍ପଷ୍ଟ କରାଯାଉଛି ଯେ, ଏହି ୧ସହ ଶଯ୍ୟାଯୁକ୍ତ ସମ୍ପ୍ରସାରିତ ଚିକିତ୍ସା ସୁବିଧା ମୁଖ୍ୟ ହସ୍ପିଟାଲର ଅଂଶବିଶେଷ । କୋଭିଡ-୧୯ କାରଣରୁ ମୁଖ୍ୟ ଜେନେରାଲ ହସ୍ପିଟାଲର କେତେକ ୱାର୍ଡକୁ ଏକାନ୍ତବାସ ୱାର୍ଡରେ ପରିଣତ କରାଯାଇଛି । ହସ୍ପିଟାଲ କୋଭିଡ ଉପଚାର ହସ୍ପିଟାଲ ରୂପେ ପରିଗଣିତ ହେବା ପରେ ଏହାର ଅଡିଓ ଭିଡିଓ ଟ୍ରେନିଂ ହଲକୁ କୋଭିଡ ଏକାନ୍ତବାସ ଚିକିତ୍ସା ହଲରେ ପରିଣତ କରାଯାଇଛି । ଆହତ ଯବାନମାନଙ୍କୁ ଗଲୱାନରୁ ଅଣାଯିବା ପରେ ସେମାନଙ୍କୁ କୋଭିଡ ଏକାନ୍ତବାସ କେନ୍ଦ୍ରରେ ରଖାଯାଇଛି । ଏପରିକି ସ୍ଥଳ ସେନାଧ୍ୟକ୍ଷ ଏମ ଏମ ନରବଣେ ଏବଂ ସେନା କମାଣ୍ଡର ମଧ୍ୟ ଏଠାରେ ଆହତ ଯବାନମାନଙ୍କୁ ଭେଟି ଭଲ ମନ୍ଦ ବୁଝିଥିବା ସେନା ପକ୍ଷରୁ ଦିଆଯାଇଥିବା ସ୍ପଷ୍ଟିକରଣରେ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ