ଲୋକଙ୍କ ବିରୋଧ ପରେ ସ୍କୁଲର ନାମ ବଦଳିଲା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ୨୦ନମ୍ବର ୱାର୍ଡରେ ଥିବା ମହିପାଳ ସ୍କୁଲର ନାମ ପରିବର୍ତ୍ତନ କୁ ନେଇ ଗତ ମଇମାସ ୧୭ ତାରିଖରେ ସ୍ଥାନୀୟ ଲୋକ ଓ ଅବିଭାବକ ମାନେ ତୀବ୍ର ବିରୋଧ କରି ନାମ ଲେଖା ଯାଇଥିବା ସ୍କୁଲର ନାମ ଫଳକରେ ରଙ୍ଗ ବୋଳି ଦେଇଥିଲେ । ଏହି ସ୍କୁଲଟି ମା’ ମହିପାଳିନୀ ଠାକୁରାଣୀଙ୍କ ବେଢାକୁ ଲାଗି ଥିବାରୁ ସ୍କୁଲ ନାମ ସହିତ ଗ୍ରାମର ନାମ ମହିପାଳ ସ୍କୁଲ ବୋଲି ପୂର୍ବରୁ ଲେଖା ଯାଉଥିଲା । ପୈାରସଂସ୍ଥା ଦ୍ୱାରା ପରିଚାଳିତ ହେବାପରେ ଏହାର ନାମକୁ ପରିବର୍ତ୍ତର୍ନ କରିଦିଆଯାଇ ଥିବାରୁ ପୂର୍ବର ନାମ ଲେଖିବା ପାଇଁ ସ୍ଥାନୀୟ ଲୋକ ଦାବି କରିଥିଲେ । ସ୍କୁଲ ସମ୍ମୁଖରେ ଲେଖା ଯାଇଥିବା ସରକାରୀ ଉଚ୍ଚ ବିଦ୍ୟାଳୟ କେନ୍ଦ୍ରାପଡା ପରିବର୍ତ୍ତନ କରାଯାଇ ପୈାରସଂସ୍ଥା ପକ୍ଷରୁ ପୈାରପାଳିକା ସରକାରୀ ଉଚ୍ଚ ବିଦ୍ୟାଳୟ ମହିପାଳ ବୋଲି ଲେଖାଯାଇଥିବା ଜଣାପଡିଛି ।


