ଲ୍ୟାଣ୍ଡ ରୋଭର ପକ୍ଷରୁ ନୂଆ ଡିଫେଣ୍ଡରର ବୁକିଂ ଆରମ୍ଭ
ଲ୍ୟାଣ୍ଡ ରୋଭର ପକ୍ଷରୁ ଭାରତ ବଜାରରେ ନୂଆ ଡିଫେଣ୍ଡରର ବୁକିଂ ଆରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି । ଏଥିରେ ୨.୦-ଆଇ , ୨୨୧ କିଲୋୱାଟ୍(୩୦୦ପିଏସ୍) ପେଟ୍ରୋଲ ପାୱାରା ଟ୍ରେନ୍, ୪୦୦ ଏନ୍ ଏମ୍ ଟର୍କ ଆଦି ବୈଶିଷ୍ଟ୍ୟ ରହିଛି । ଏହା ଇଲିଗାଂଟ୍ ୯୦( ୩ଡୋର) ଏବଂ ଭର୍ସାଟାଇଲ୍-୧୧୦(୫ ଡୋର୍) ଆଦି ୨ଟି ବଡି ଷ୍ଟାଇଲ୍ରେ ଉପଲବ୍ଧ ହେଉଛି । ଏହାର ଏକ୍ସ୍ ଶୋରୁମ୍ ମୂଲ୍ୟ ଭାରତରେ ୬୯.୯୯ ଲକ୍ଷ ଟଙ୍କା ରହିଛି । ଏହାର ଡେଲିଭରୀ ୨୦୨୦ ଅଗଷ୍ଟରୁ ଆରମ୍ଭ ହେବ । ଏହି ଅବସରରେ ଜାଗୁଆର ଲ୍ୟାଣ୍ଡରୋଭର ଇଣ୍ଡିଆ ଲିଃ.ର ସଭାପତି ତଥା ପରିଚାଳନା ନିର୍ଦ୍ଦେଶକ ରୋହିତ ସୁରି କହଲେ, “ନୂଆ ଡିଫେଣ୍ଡର ୨୧ଶତାବ୍ଦୀର ଆଧୁନିକ ଶୈଳୀରେ ନିର୍ମିତ । ଏହା ଭାରତର ଆଇକନ୍ ହେବାକୁ ସକ୍ଷମ ହେବ । ଏହା ଗ୍ରାହକଙ୍କ ବହୁବିଧ ଆବଶ୍ୟକତାକୁ ପୂରଣ କରିପାରିବ । ଏହି ମଡେଲ ଗ୍ରାହକମାନଙ୍କୁ ଏକ ଶକ୍ତିଶାଳୀ ଦୀର୍ଘସ୍ଥାୟୀ ବିଶ୍ୱାସଯୋଗ୍ୟ ଉତ୍ପାଦ ଉପଲବ୍ଧ କରାଇବାକୁ ସକ୍ଷମ ହେବ । ନୂଆ ଡିଫେଣ୍ଡର ଉଭୟ ୯୦ ଏବଂ ୧୧୦ ଭ୍ୟାରିଆଂଟ୍ରେ ବେସ୍, ଏସ୍, ଏସ୍ଇ, ଏଚ୍ଏସ୍ଇ ଏବଂ ପ୍ରଥମ ସଂସ୍କରଣ ଆଦି ୫ଟି ଭିନ୍ନ ଭିନ୍ନ ମଡେଲରେ ଉପଲବ୍ଧ ହେବ । ଏହା ୩୬୦ ଡିଗ୍ରୀ ସରାଉଣ୍ଡ୍ କ୍ୟାମେରା, ୱାଡେ ସେନସିଂ, ଇଲୋକଟ୍ରୋନିକ୍ ଏୟାର ସସ୍ପେନସନ୍(ଷ୍ଟାଣ୍ଡାର୍ଡ ୧୧୦), ସ୍ମାର୍ଟଫୋନ୍ ପ୍ୟାକ୍, କନେକ୍ଟେଡ୍ ନାଭିଗେଶନ୍ ପ୍ରୋ, ଅଫ୍-ରୋଡ୍ ଟାୟାର, ସେଂଟର କନସୋଲ୍ ସହିତ ଇଛାଧୀନ ରେଫ୍ରିଜେରେଟେଡ୍ କମ୍ପାର୍ଟମେଂଟ ତଥା ଅନ୍ୟ ସୁବିଧା ଆଦି ରହିଛି । ଭାରତରେ ଉପଲବ୍ଧ ହେଉଥିବା ଲ୍ୟାଣ୍ଡ୍ ରୋଭର ରେଞ୍ଜ୍ ମଧ୍ୟରେ ଡିସକଭର ସ୍ପୋର୍ଟସର ମୂଲ୍ୟ ୫୭.୦୬ ଲକ୍ଷରୁ ଆରମ୍ଭ ହେଉଥିବାବେଳେ ରେଞ୍ଜ ରୋଭର ଇଭାକ୍ୟୁର ମୂଲ୍ୟ ୫୪.୯୪ ଲକ୍ଷରୁ ଆରମ୍ଭ ହେଉଛି । ସେହିପରି ରେଞ୍ଜ୍ ରୋଭର ଭେଲାର ମୂଲ୍ୟ ୭୧.୮୭ ଲକ୍ଷ ଟଙ୍କା ଏବଂ ଡିସକଭର ମୂଲ୍ୟ ୭୫.୬୦ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି । ରେଞ୍ଜ୍ ରୋଭର ସ୍ପୋର୍ଟସ୍ ମୂଲ୍ୟ ୮୭.୦୨ ଲକ୍ଷ ଟଙ୍କା ଏବଂ ରେଞ୍ଜ ରୋଭର ମୂଲ୍ୟ ୧୮୨.୨୫ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି । ଜାଗୁଆର ଲ୍ୟାଣ୍ଡ ରୋଭର ଯାନ ଗୁଡିକ ଭାରତର ଅହମ୍ମଦାବାଦ୍, ଔରଙ୍ଗାବାଦ୍, ବେଙ୍ଗାଲୁରୁ, ଭୁବନେଶ୍ୱର, ଚଣ୍ଡିଗଡ଼, ଚେନ୍ନାଇ, କୋଏମ୍ବାଟୁର, ଦିଲ୍ଲୀ, ଗୁରୁଗାଓଁ, ହାଇଦ୍ରାବାଦ୍, ଇନ୍ଦୋର, ଜୟପୁର, କୋଲକତା, କୋଚି, କର୍ନାଲ, ଲକ୍ଷ୍ନୌ, ଲୁଧିଆନା, ମାଙ୍ଗାଲୋର୍, ମୁମ୍ବାଇ, ନାଗପୁର, ନୋଏଡା, ପୁନେ, ରାଏପୁର, ବିଜୟୱାଡା, ସୁରାଟ ଆଦି ୨୪ଟି ସହରର ୨୭ଟି ସ୍ୱୀକୃତି ପ୍ରାପ୍ତ ଆଉଟଲେଟ୍ରେ ଉପଲବ୍ଧ ହେଉଛି ।


