ମେଗା ସ୍ୱାସ୍ଥ୍ୟ ମେଳା ଆୟୋଜନ କାହା ସ୍ୱାର୍ଥ ପାଇଁ…?
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) : ଜିଲା ସଦର ମହକୁମା ପାରଳାଖେମୁଣ୍ଡି ଗଜପତି ଷ୍ଟାଡିୟମ ଠାରେ ଜିଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଆୟୋଯିତ ୨ଦିନିଆ ମେଗା ସ୍ୱାସ୍ଥ୍ୟ ମେଳା ଗତକାଲି ଉଦ୍ଯାପିତ ହୋଇଯାଇଛି । ତେବେ ଏହି ମେଗା ସ୍ୱାସ୍ଥ୍ୟ ମେଳାର ଆୟୋଯନ କାହା ସ୍ୱାର୍ଥ ପାଇଁ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।ସାଧାରଣଙ୍କ ତରଫରୁ ମେଳାର ଆୟୋଯନକୁ ନେଇ କୁହାଯାଇଛ, ବହୁ ଆଡମ୍ବରରେ ଆରମ୍ଭ ହୋଇଥିବା ସ୍ୱାସ୍ଥ୍ୟ ମେଳା ଲଘୁକ୍ରିୟା ପ୍ରଦର୍ଶନ କରିଛି । ଆବଶ୍ୟକ ପ୍ରଚାର ପ୍ରସାର ଅଭାବରୁ ଆଦିବାସୀ ବହୁଳ ଉପାନ୍ତ ଗଜପତି ଜିଲ୍ଲାବାସୀ ଏହି ମେଳା ନେଇ ଉଚିତ୍ ସୁଚନା ପାଇ ପାରିଲେ ନାହିଁ । ତେଣୁ ସ୍ୱାସ୍ଥ୍ୟ ମେଳାକୁ ରୋଗୀ ଠିକ୍ ଭାବେ ଆସି ପାରିଲେ ନାହିଁ କିମ୍ବା ଏହାର ସୁଫଳ ପାଇ ପାରିଲେ ନାହିଁ । ଏହା ଛଡା ସିବିରରେ ବିନା ରୋଗୀରେ ଡାକ୍ତର ବସି ରହିଥିବା ସହ ଆସିଥିବା କମ୍ ପରିମାଣର ରୋଗୀ େଓøଷଧ ପାଇ ନଥିଲେ । ମେଳାର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ । ବହୁ କମ୍ ସଂଖ୍ୟକ ରୋଗୀ ଆସିଥିବା ଏବଂ ବିଭିନ୍ନ ଅବ୍ୟବସ୍ଥା ନେଇ ସାଂସଦ ମେଳାର ଆୟୋଜକଙ୍କ ଉପରେ ବିରକ୍ତଭାବ ପ୍ରକାଶ କରିଥିଲେ । ସେହିପରି ଜିଲ୍ଲାର ୨ବିଧାୟକ ପାରଳାଖେମୁଣ୍ଡି ଓ ମୋହନା ଏଥିରେ ଯୋଗ ଦେଇ ନଥିଲେ । ମୋହନା ବିଧାୟକ ଦାଶରଥୀ ଗମାଙ୍ଗ ଏ ନେଇ କହିଛନ୍ତି, ନିଜ ସ୍ୱାର୍ଥ ପାଇଁ ଆୟୋଜନ କରାଯାଇଥିବା ସ୍ୱାସ୍ଥ୍ୟ ମେଳାର ସମସ୍ତ ତଥ୍ୟକୁ ଲୁଚାଇବା ପାଇଁ ବିଧାୟକଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ । ଜିଲ୍ଲାବାସୀଙ୍କ ଅଭିଯୋଗ ଅନୁଯାଇ ଏହି ମେଳା ସମ୍ପୁର୍ଣ୍ଣ ରୁପେ ବିଫଳ ହୋଇଛି । ଏଥି ପାଇଁ ଦାୟୀ ଯେଉଁମାନେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଁ ଦାବୀ କରୁଛି । ଏହି ମେଳାର ପ୍ରଥମ ଦିନରେ ମାତ୍ର ୩ଶହ ଏବଂ ୨ୟ ଦିନରେ ୧୮୦୮ଜଣ ରୋଗୀଙ୍କ ନାମ ପଞିକୃତ ହୋଇଛି । ଏହି ଜିଲ୍ଲ୍ାର ଜନ ସଂଖ୍ୟା ୫ଲକ୍ଷରୁ ଉର୍ଦ୍ଧ ଅଟନ୍ତି । ମାତ୍ର ୨୧୦୮ଜଣ ରୋଗୀ ଏହି ମେଳାରେ ଯୋଗ ଦେବା ବାସ୍ତବିକ ହାସ୍ୟାସ୍ପଦ ଏବଂ ଦୁଃଖ ଓ ପରିତାପର ଘଟଣା । ମେଳାର ଆୟୋଜକ ମାନଙ୍କର ଦାୟିତ୍ୱହୀନତା ଏଥିରୁ ସ୍ପଷ୍ଠ ଭାବେ ନିର୍ଦ୍ଧାରିତ ହେଉଛି । ମାତ୍ର୨୧୦୮ଜଣ ରୋଗୀ ଏହି ମେଗା ସ୍ୱାସ୍ଥ୍ୟ ମେଳାରେ ଯୋଗ ଦେଇଥିଲେ ସୁଦ୍ଧା ସେମାନଙ୍କୁ ଠିକ୍ଭାବେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇନଥିବା ସହ ସେଭଳି ଆବଶ୍ୟକୀୟ େଓøଷଧ ଦିଆ ନ ଯାଇଥିବା ଅନେକ ରୋଗୀ ଅଭିଯୋଗ କରିଛନ୍ତି । ଏ ନେଇ ମେଳାର ମୁଖ୍ୟ ଆୟୋଜକ ଗଜପତି ସିଡିଏମଓ ଡଃ.ଗୁନୁରାଣୀ ପଟ୍ଟନାୟକଙ୍କୁ ପଚାରିବାରେ କହିଛନ୍ତି,ମେଳା ନେଇ ଠିକ୍ଭାବେ ପ୍ରଚାର ପ୍ରସାର କରାଯାଇଛି । କେବଳ ଖରା ଯୋଗୁଁ ଲୋକେ ଆସିପାରିଲେ ନାହିଁ । ଆସିଥିବା ରୋଗୀ ମାନଙ୍କୁ ଉଚିତ ସେବା ଏବଂ ଆବଶ୍ୟକ େଓøଷଧ ଦିଆଯାଇଛି ।


