ଵିଜାତଳା କୃଷି ସୂଚନା ଓ ଉପଦେଷ୍ଟା କେନ୍ଦ୍ର ପରିସରରେ ମାଣ୍ଡିଆ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ଓଡିଶା ସରକାରଙ୍କ ପ୍ରୟାସରେ ରାଜ୍ଯରେ ମିଲେଟ୍ ମିଶନ ଯୋଜନା କାର୍ଯ୍ୟ କରୁଛି ।, ଓଡିଶା ବାସୀଙ୍କୁ ପୁଷ୍ଟି ଶସ୍ୟର ଖାଦ୍ୟ କିପରି ପାଇବେ ସେ ନେଇ ସଚେତନତା କାର୍ଯ୍ୟକ୍ରମ ମଧ୍ଯ ପ୍ରତ୍ୟେକ ବ୍ଲକ ମାନଙ୍କରେ ଅନୁଷ୍ଠିତ କରାଯାଉଅଛି । ବିଶେଷ ଭାବରେ ଯେଉଁଠି ଅଧିକ ମାଣ୍ଡିଆ ଚାଷ୍ କରାଯାଉଅଛି ଉକ୍ତ ବ୍ଲକ ଗୁଡିକରେ ମିଲେଟ୍ ମିଶନ ଓଡିଶା ଦ୍ଵାରା ଚାଷୀମାନଙ୍କ ପାଇଁ ସଚେତନତା ପୁଷ୍ଟିଶସ୍ୟ ଖାଦ୍ୟର ମେଳା ଅନୁଷ୍ଠିତ କରାଯାଉଅଛି ବୋଲି ଅଧିକାରୀ ମାନେ ପ୍ରକାଶ କରିଥିଲେ । ସେହିପରି ମୟୁରଭଞ୍ଜ ଜିଲ୍ଲା ବିଜାତଳା କୃଷି ସୂଚନା ଓ ଉପଦେଷ୍ଟା କେନ୍ଦ୍ର,ଆତ୍ମା, ମୟୂରଭଞ୍ଜ ପରିସରରେ ପୁଷ୍ଟି ଶସ୍ୟ ଖାଦ୍ୟ ମେଳା ସ୍ବେଛାସେବୀ ଅନୁଷ୍ଠାନ ‘ଦୁଲାଲ’ ଦ୍ବାରା ଆୟୋଜନ କରାଯାଇଥିଲା । ଉକ୍ତ ମେଳାକୁ ମୁଖ୍ୟ ଅତିଥି ଭାବେ ବିଜାତଳା, ସରପଞ୍ଚ ଦମୟନ୍ତୀ ଟୁଡୁ ,ସମ୍ମାନିତ ଅତିଥି ବିଡ଼ିଓ ଯୋଗ ରଂଜନ ନାୟକ,ଅନ୍ୟତମ ଅତିଥି ତହସିଲଦାର ଜଗବନ୍ଧୁ ମଲ୍ଲିକ, ସହକାରୀ କୃଷି ଅଧିକାରୀ ଅଜୟ ମହାନ୍ତି କୃଷି ଅଧିକାରୀ, ବ୍ଳକ କୃଷି ଅଧିକାରୀ ନିହାରୀକା ଦଳେଇ,ବ୍ଳକ ପ୍ରାଣୀ ଚିକିତ୍ସା ଅଧିକାରୀ ଦିଲିପ ବେହେରା, ସିଡିପିଓ ଲକ୍ଷ୍ମୀ ଖୋୟା, ,ଦୁଲାଲର ପ୍ରୋଗ୍ରାମ କୋଅର୍ଡିନେଟର ଅରୁଣ ଶେଖର,ପ୍ରମୁଖ ଯୋଗଦାନ କରି ମିଲେଟ ମେଳାର ଶୁଭ ଉଦ୍ଘାଟନ କରିଥିଲେ । କୃଷି ଅଧିକାରୀ ସିଲେଟ ଚାଷ ମଂଚ ପରିଚାଳନା ସହ ସିଲେଟ ଚାଷ ସମ୍ବନ୍ଧୀୟ ବହୁ ମୂଲ୍ୟବାନ ତଥ୍ୟ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୩ଟି SHG grouର ୨୦୦ ରୁ ଉର୍ଦ୍ଧ୍ବ ମହିଳା ଯୋଗଦେଇଥିଲେ । , ଲିପା ଗୋସାଇଁ ସ୍ବୟଂ ସହାୟିକା ଗୋଷ୍ଠୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।ସ୍ୱୟଂ ସହାୟକ ମହିଳା ମାନେ ସେମାନଙ୍କ ଦ୍ବାରା ମାଣ୍ଡିଆ ରେ ବହୁ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିଥିବା ସୁସ୍ବାଦୁ ଗୁଲୁଗୁଲା , ଚିଙ୍ଗୁଡ଼ି ପୋଡ଼ା, ଜିଲାପି , ସେଓ , ସିଙ୍ଗଡା , ଆଲୁଚପ , ଖୋଜା , ନିମିକି , କାକରା , ପୁରି , ଇଟଲି ,ମାଲଟା,ମାଂସ ପିଠା, ପିଠା,ଚା,ଖଜା,ଖିରି,ସିଝାମଣ୍ଡା, ଇତ୍ୟାଦି ପ୍ରସ୍ତୁତ କରି ପ୍ରଦର୍ଶନୀ ମେଳାରେ ଉପସ୍ଥିତ ଅତିଥି, ଗ୍ରାମବାସୀ,ମହିଳା, ସ୍କୁଲ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କୁ ଖାଇବାକୁ ଦେଇଥିଲେ । ସେମାନେ ଖାଇ ଭାରି ପ୍ରୀତ ହୋଇଥିଲେ । ଅତିଥି ଗଣ କହିଥିଲେ ମାଣ୍ଡିଆ ପୃଥିବୀର ଏକ ଉତ୍କୃଷ୍ଟ ଶସ୍ୟ । ଯେଉଁଥିରେ ଭରପୁର ଖାଦ୍ୟ ଭିଟାମିନ, କ୍ୟାଲସିୟମ ପୁରି ରହିଛି ।ରାଜ୍ୟ ଓ କେନ୍ଦ୍ର ସରକାର ଏହାକୁ ଚଳିତ ବର୍ଷ ମିଲେଟ ବର୍ଷ ଭାବରେ ଘୋଷାଣା କରିଛନ୍ତି । ଚାଷୀମାନଙ୍କୁ ବିହନ,ସାର,ପ୍ରତ୍ସୋହନ ରାଶି, ବୈଷୟିକ ଜ୍ଞାନ ସବୁକିଛି ଯୋଗାଇ ଦେଉଛନ୍ତି । ଚାଷୀମାନଙ୍କ ପାଇଁ ଉତ୍ପାଦିତ ଫସଲର ମଧ୍ୟ ଉଚିତ ଦରରେ କ୍ରୟ କରିବା ପାଇଁ ବ୍ୟବସ୍ଥା କରିଛନ୍ତି ।ଚଳିତ ବର୍ଷ ବିଜାତଳା ବ୍ଳକର ଖରିଫ୍ ଋତୁ ପାଇଁ ବଣକାଟି ପଞ୍ଚାୟତ ରବିଋତୁ ପାଇଁ ୨୦୦୦ ହେକ୍ଟର ମାଣ୍ଡିଆ ଚାଷ କରାଯିବା ପାଇଁ ପଦକ୍ଷେପ ନିଆଯାଇଛି ଵୋଲି ପ୍ରୋଗ୍ରାମ ଅଫିସର ଅରୁଣ ଶେଖର ସୂଚନା ଦେଇଥିଲେ ।କାର୍ଯ୍ୟକ୍ରମକୁ ବିଷ୍ଣୁପଦ ରଣା,ବଙ୍ଗାଳି ହେମ୍ବ୍ରମ,ଅଜିତ ବେହେରା,ବିକ୍ରମ ମାଝୀ,ନରେଶ ନାଏକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ମାଣ୍ଡିଆ ଚାଷ ପାଇଁ ବହୁ କିଛି ଜ୍ଞାନ ଆରୋହଣ ପାଇଁ ୨୦୦ ରୁ ଉର୍ଦ୍ଧ୍ବ ମହିଳା ଯୋଗ ଦେଇଥିଲେ । ଯାହାକି ଆଗାମୀ ଦିନ ପାଇଁ ମାଣ୍ଡିଆ ଚାଷ ପାଇଁ ଏକ ଶୁଭ ସୂଚନା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ