ଶଳାକୁ ଭଉଣୀ ଭିଣୋଇଙ୍କ ମାରଣାତ୍ମକ ଆକ୍ରମଣ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଧାମନଗର ଥାନା ବାରିକପୁର ଠାରେ ନିଜର ଶାଳକକୁ ଭଉଣୀ, ଭିଣୋଇ ମାରଣାତ୍ମକ ଆକ୍ରମଣ କରିଥିବା ପୁଲିସ ନିକଟରେ ଅଭିଯୋଗ ହୋଇଛି । ଆକ୍ରମଣରେ ଗୁରୁତର ହୋଇଥିବା ହେମନ୍ତ କୁମାର ମହାକୁଡଙ୍କ ପତ୍ନୀ ସଶ୍ମିତା ରାଉତଙ୍କ ଅଭିଯୋଗ ଅନୁଯାୟୀ ଗତ ୧୦-୨-୨୧ରିଖ ଦିନ ତାଙ୍କ ସ୍ୱାମୀକୁ ଆକ୍ରମଣ ହୋଇଛି । ପ୍ରତିପକ୍ଷ ନଟବର ମହାକୁଡ, ସଶ୍ମିତା ମହାକୁଡ, ସୁଶାନ୍ତ କୁମାର ମହାକୁଡ, ସ୍ନେହଲତା ମହାକୁଡ ପ୍ରମୁଖ ତାଙ୍କ ସ୍ୱାମୀକୁ ଆକ୍ରମଣ କରିଛନ୍ତି । ପ୍ରତିପକ୍ଷଙ୍କ ଝିଆରୀ ହଜିଯାଇଥିବା ଦ୍ୱନ୍ଦକୁ ନେଇ କିଛିଦିନ ହେବ ସେମାନେ ହେମନ୍ତ କୁମାର ମହାକୁଡ ଓ ତାଙ୍କ ପତ୍ନୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ଆସୁଥିଲେ । ଝିଆରୀ ତାଙ୍କ ମାମୁଁ ଘରେ ଥିବାବେଳେ ଏଥିପାଇଁ ହେମନ୍ତ ମହାକୁଡ ଦାୟୀ ବୋଲି ପ୍ରତିପକ୍ଷ କହିବା ସହ ମାରଣାତ୍ମକ ଆକ୍ରମଣ କରିଛନ୍ତି । ଏହା ସହିତ ବାରିକପୁର ବଜାର ଠାରେ ଥିବା ହେମନ୍ତଙ୍କ ଦୋକାନର ଜିନିଷପତ୍ର ଫୋପାଡିବା ସହ ସୁନା ଜିନିଷ ମଧ୍ୟ ଆକ୍ରମଣକାରୀମାନେ ଲୁଟିନେଇଛନ୍ତି । ଏବେ ତାଙ୍କ ପରିବାର ପ୍ରତି ବିପଦ ଥିବା ପତ୍ନୀ ସଶ୍ମିତା ଅଭିଯୋଗ ପତ୍ରରେ ପୋଲିସକୁ ଜଣାଇଥିବାବେଳେ ତଦନ୍ତ ଆରମ୍ଭ ହୋଇଛି । ଥାନା କେସ ନଂ ୪୩/୨୧ରେ ମାମଲା ରୁଜୁ ହୋଇଥିବାବେଳେ ଖବର ଲେଖାହେବା ଯାଏଁ ଅଭିଯୁକ୍ତମାନେ ଗିରଫ ହୋଇନତଥିବା ଜଣାପଡିଛି ।


