ଶାରଦା ବିଦ୍ୟାମନ୍ଦିରରେ ମାଟ୍ରିକ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶାରଦା ବିଦ୍ୟାମନ୍ଦିରର ଛାତ୍ର ଛାତ୍ରୀ ମାନେ ଚଳିତ ବର୍ଷ ଅପୂର୍ବ ସଫଳତା ହାସଲ କରିଛନ୍ତି। ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ମୋଟ ୫୭ଜଣ ବିଦ୍ୟାର୍ଥୀ ଚଳିତ ବର୍ଷ ପରୀକ୍ଷା ଦେଇଥିବା ବେଳେ ତନ୍ମଧ୍ୟରୁ୧୪ଜଣ ଏ୧, ୨୮ଜଣ ଏ୨,୧୦ଜଣ ବି୧ ଓ ୫ଜଣ ବିଦ୍ୟାର୍ଥୀ ବି୨ଗ୍ରେଡ ହାସଲ କରିଛନ୍ତି। ବିଦ୍ୟାଳୟର ଛାତ୍ର ଜ୍ୟୋତିପ୍ରକାଶ ପଣ୍ଡା ସର୍ବାଧିକ ୫୮୭ ନମ୍ବର ରଖି ବ୍ଲକରେ ଟପର ହୋଇଥିବା ବେଳେ ତାଙ୍କ ପଛକୁ ରହିଛନ୍ତି କମଳ ଲୋଚନ ମହାପାତ୍ର। ସେ ୫୭୯ନମ୍ବର ରଖି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଏହି ଅବସରରେ ଆଜି ପ୍ରଧାନ ଆଚାର୍ଯ୍ୟ ଶରତ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିବା ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷାଧିକାରୀ ଅଧିର କୁମାର ତରାଇ, ସମ୍ମାନୀତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ପ୍ରଣୀତିକାନ୍ତ ସାମଲ, ସାରୋ ପ୍ରଧାନ ଶିକ୍ଷକ ମନୋରଞ୍ଜନ ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ଲକ୍ଷ୍ମୀଧର ସାହୁ, ସରପଞ୍ଚ ବର୍ଷାରାଣୀ ଜେନା ପ୍ରମୁଖ ଯୋଗଦେଇ କୃତିତ୍ୱ ହାସଲ କରିଥିବା ବିଦ୍ୟାର୍ଥୀ ମାନଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ । ଗୁରୁଜୀ ସୁଶାନ୍ତ ସେନାପତି ଅତିଥି ପରିଚୟ ଓ ସ୍ୱାଗତଭାଷଣ ଦେଇଥିବା ବେଳେ ସୁସ୍ମିତା ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମ କୁ ଗୁରୁଜୀ ଅଜୟ ରାଉତ, ଚିତ୍ତରଞ୍ଜନ ନାୟକ, ସ୍ନେହଲତା ମହାନ୍ତି, ଦିଲ୍ଲୀପ କୁମାର ଜେନା କେଶବ ଚନ୍ଦ୍ର ସେଠୀ, ନିତ୍ୟାନନ୍ଦ ସେନାପତି, ଅର୍ପିତା ନାୟକ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ