ଶାରଳା ପୁରଷ୍କାରପ୍ରାପ୍ତ ଛଉ ଓ ଝୁମର ବିଷାରଦ ସ୍ବର୍ଗତ ଗିରିଶ ଚନ୍ଦ୍ର ମହାନ୍ତଙ୍କ ପ୍ରତିମୂର୍ତି ସ୍ଥାପନା ନେଇ ବାମନଘାଟୀ ଛଉ ନୃତ୍ଯ ପ୍ରତିଷ୍ଠାନର ବୈଠକ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁରସ୍ଥ ବାମନଘାଟୀ ଛଉ ନୃତ୍ୟ ପ୍ରତିଷ୍ଠାନର ସାଧାରଣ ବୈଠକ ଗତ ୯ ତାରିଖ ଦିନ ଅପରାହ୍ନ ୩ ଘଟିକା ସମୟରେ ଛଉ ଭବନ ପରିସରରେ ସହକାରୀ ଜିଲ୍ଲାପାଳ ଧର୍ମେନ୍ଦ୍ର ଶତପଥୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଅନୁଷ୍ଠାନର ପ୍ରତିଷ୍ଠାତା ଶାରଳା ପୁରଷ୍କାରପ୍ରାପ୍ତ ସ୍ବର୍ଗତ ଗିରିଶ ଚନ୍ଦ୍ର ମହାନ୍ତଙ୍କ ଜନ୍ମଦିନ ମାର୍ଚ ୧୦ ତାରିଖ ଦିନ ଛଉ ଭବନ ପରିସରରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନା ନେଇ ବୈଠକରେ ପ୍ରସ୍ତାବ ଗୃହୀତ ହୋଇଥିଲା । ପରେ କମିଟିରେ ଆସନ୍ତା ୩ ବର୍ଷ ପାଇଁ ସର୍ଵସମ୍ମତିକ୍ରମେ ନୂତନ କମିଟି ଚୟନ କରାଯାଇଥିଲା । କମିଟିର ସଭାପତି ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା ,ଉପସଭାପତି- ଦ୍ବାରିକାନାଥ ମହାନ୍ତ,ସଂପାଦକ- ଦୁଷ୍ମନ୍ତ ବସା,ଯୁଗ୍ମ ସଂପାଦକ -ଜୀବନ ପାତ୍ର,ଯୁଗ୍ମ ସଂପାଦକ-ସୃଷ୍ଟିଧର ମହାନ୍ତ,କୋଷାଧ୍ଯକ୍ଷ-ପୂର୍ଣଚନ୍ଦ୍ର ମହାନ୍ତ,କାର୍ଯ୍ୟକାରୀ ସଦସ୍ଯ-କୃଷ୍ନ ସିଂ ମହାନ୍ତ,ବିଭୂତିଭୂଷଣ ମହାନ୍ତ,ଗତିକୃଷ୍ନ ମହାନ୍ତ,ଜାମୀର ଦାସ ବୁରୁଲୀ,ରାଜକାପୁର ମହାନ୍ତ,ଧୀରେନ ମହାନ୍ତ,ଛତିଶ ମହାନ୍ତ,ଛୁଟୁ ଘୁନିଆଁ,ଦିଲୀପ ମହାକୁଡ,ଦେବ କୁମାର କାଳନ୍ଦୀ,ମାତୁରାମ ମାଝୀ,ଉପଦେଷ୍ଟା-ଅରବିନ୍ଦ ବାଗାଡିଆ,ରବୀନ୍ଦ୍ର ମହାନ୍ତ,ବିଜୟ କୁମାର ରାମ,ସୁନିଲ ମହାନ୍ତ,ବିଘ୍ନେଶ୍ବର ପାତ୍ର ମନୋନିତ ହୋଇଥିଲା ।ଶୁକ୍ରବାର ଦିନ ନୂତନ କମିଟିର କର୍ମକର୍ତ୍ତାବୃନ୍ଦ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କିର୍ଯ୍ଯାଳୟରେ ଉପଜିଲ୍ଲାପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ କରି ଆଗାମି ଦିନରେ ଅନୁଷ୍ଠାନର କାର୍ଯ୍ଯକ୍ରମକୁ ନେଇ ଆଲୋଚନା କରିଥିଲେ ।ପ୍ରତିମୂର୍ତ୍ତି ସ୍ଥାପନର କାର୍ଯ୍ଯକ୍ରମକୁ ସଂପାଦନ କରିବା ପାଇଁ ସଭାପତିଙ୍କ ପ୍ରତ୍ୟକ୍ଷ ନିର୍ଦେଶ ଅନୁସାରେ ପଦକ୍ଷେପ ନେବାପାଇଁ ଆଲୋଚନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ