ଶାସ୍ତ୍ରୀୟ ଓଡ଼ିଆ ଭାଷା ପରିପ୍ରେକ୍ଷୀରେ : ଆଲେଖ୍ୟ- ଅରବିନ୍ଦ ତ୍ରିପାଠୀ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଆଲେଖ୍ୟ- ଅରବିନ୍ଦ ତ୍ରିପାଠୀ 2014 ମସିହା ମାର୍ଚ୍ଚ ୧୧ରେ ଓଡ଼ିଆ ଭାଷାକୁ କେନ୍ଦ୍ର ସରକାର ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରଦାନ କରିଥିଲେ । ତେଣୁ ପ୍ରତିବର୍ଷ ମାର୍ଚ୍ଚ ୧୧ ତାରିଖରେ ରାଜ୍ୟବ୍ୟାପୀ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳନ କରାଯିବାକୁ ରାଜ୍ୟ ସରକାର ନିଷ୍ପତି ଗ୍ରହଣ କରିଛନ୍ତି । ଯେକୌଣସି ରାଷ୍ଟ୍ର ପାଇଁ ମାତୃଭାଷା ହେଉଛି ସମ୍ମାନ ଓ ଅସ୍ମିତାର ପରିଚୟ । ମା’ ମାଟି ଓ ମାତୃଭାଷା ପାଇଁ ସମଗ୍ର ଓଡ଼ିଆ ଜାତି ନିଷ୍ଠାର ସହ ଆଗେଇ ଆସିଲେ ଉତ୍କଳର ସମ୍ମାନ ଓ ସ୍ୱାଭିମାନ ବଜାୟ ରହିପାରିବ । ଖାରବେଳଙ୍କ ହାତୀ ଗୁମ୍ଫା ଶିଳାଲେଖରେ ଏହା ପ୍ରମାଣିତ ହୋଇଛି । ବିଭିନ୍ନ ପ୍ରାଚୀନ ଶାସ୍ତ୍ର ଓ ପୁରାଣରେ କଳିଙ୍ଗ ଦେଶ, ଜାତି ଓ ଭାଷାର ସୂଚନାରୁ ଏକଥା ସ୍ପଷ୍ଟ ବାରିହୋଇଥାଏ । ହାତୀଗୁମ୍ଫା ଶିଳା ଲେଖରୁ ଜଣାଯାଏ ଯେ ଆଧୁନିକ ଓଡ଼ିଆ ଭାଷାର ଉତ୍ପତି ପାଲିଭାଷାରୁ । ହାତୀଗୁମ୍ଫା ଶିଳାଲେଖରେ ଭାଷା ହେଉଛି ପାଲି ଓ ଲିପି ହେଉଛି ବ୍ରାହ୍ମୀ । ଉକ୍ତ ଶିଳାଲେଖ ହିଁ ପ୍ରମାଣ କରିଦିଏ ଯେ ଓଡ଼ିଆ ଭାଷା ଅନ୍ୟଭାଷାଠାରୁ ବହୁ ପୁରାତନ । ମା’ର ସର୍ବପ୍ରଥମ ଭାଷା ଯେଉଁଟାକି ସେ ଶିଶୁକୁ ପ୍ରଥମରେ କହିଥାଏ, ସେ ଶିଶୁଟି ପାଇଁ ତାହା ପାଲଟିଯାଇଥାଏ ମାତୃଭାଷା । ଭାଷା ହିଁ ଭାବପ୍ରକାଶର ଏକମାତ୍ର ମାଧ୍ୟମ । ପୃଥିବୀରେ ଯେତେବେଳେ କୌଣସି ଭାଷା ନଥିଲା, ସେତେବେଳେ ଆଦିମାନବ ବିଭିନ୍ନ ଧ୍ୱନି ମାଧ୍ୟମରେ ତା’ ମନ ହୃଦୟର କଥା, ଦୁଃଖ, ଯନ୍ତ୍ରଣା ଏବଂ ଆନନ୍ଦର ଭାବକୁ ପ୍ରକାଶ କରୁଥିଲା ସେତେବେଳେ ଏହା ଥିଲା ମାନବ ଜାତିର ଏକମାତ୍ର ଭାଷା । ପରବର୍ତ୍ତୀ ସମୟରେ ବିଭିନ୍ନ ଭାଷାର ଆବିର୍ଭାବ ହେଲା । ସେ ଭାଷା ସାହିତ୍ୟର ଭାଷା, ଧ୍ୱନୀ ଭାଷା, ସାଂକେତିକ ଭାଷା, ଲିପି ଭାଷା, କଥିତ ଭାଷା ଇତ୍ୟାଦି । ଏହି ଭାଷା ମାଧ୍ୟମରେ ମନୁଷ୍ୟ ହୃଦୟ ପ୍ରତିଟି ଚିନ୍ତା, ଚେତନା, ଆବେଗକୁ ରୂପ ଦେଉଥିଲା । ମା କ୍ଷୀର ପରି ମାତୃଭାଷା ଅମୃତ ସମାନ ହେଉଥିଲା । ଏହାରି ମାଧ୍ୟମରେ ମନର ଭାବକୁ ସହଜ ଓ ସରଳ ଭାବରେ ବୁଝି ହୁଏ ବା କାହାକୁ ବୁଝାଇହୁଏ । ମା ଠାରୁ ଶିକ୍ଷାଲାଭ କରିଥିବା ପ୍ରଥମ ଭାଷାଟି ଶିଶୁ ପାଇଁ ହୋଇଥାଏ ତାର ମାତୃଭାଷା । ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳନ ଅବସରରେ ଜିଲ୍ଲା ଓ ରାଜ୍ୟ ସ୍ତରରେ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ପ୍ରବନ୍ଧ ଓ ତର୍କ ପ୍ରତିଯୋଗିତା ଆୟୋଜନ କରାଯାଉଅଛି । ଓଡ଼ିଆ ଭାଷା ଆମର ଅସ୍ମିତା ଏବଂ ଓଡ଼ିଆ ଭାଷାର ଶାସ୍ତ୍ରୀୟତାକୁ ପ୍ରତିପାଦନ କରିବା ପାଇଁ ବିଭିନ୍ନ ପ୍ରତିଯୋଗିତା ସମଗ୍ର ଜିଲ୍ଲା ଓ ରାଜ୍ୟସ୍ତରରେ ସଭାର ଆୟୋଜନ, ଆଲୋଚନାଚକ୍ର, ପୁସ୍ତକ ଉନ୍ମୋଚନ ତଥା ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷିତ କରାଯାଏ । ଓଡ଼ିଆ ଭାଷା ହେଉଛି ସର୍ବପୁରାତନ । ଖାରବେଳଙ୍କ ହାତୀ ଗୁମ୍ଫା ଶିଳାଲେଖରେ ଏହା ପ୍ରମାଣିତ ହୋଇଛି । ବିଭିନ୍ନ ପ୍ରାଚୀନ ଶାସ୍ତ୍ର ଓ ପୁରାଣରେ କଳିଙ୍ଗ ଦେଶ, ଜାତି ଓ ଭାଷାର ସୂଚନାରୁ ଏକଥା ସ୍ପଷ୍ଟ ବାରିହୋଇଥାଏ । ହାତୀଗୁମ୍ଫା ଶିଳା ଲେଖରୁ ଜଣାଯାଏ ଯେ ଆଧୁନିକ ଓଡ଼ିଆ ଭାଷାର ଉତ୍ପତି ପାଲିଭାଷାରୁ । ଧଉଳୀଠାରୁ ମିଳିଥିବା ଅଶୋକଙ୍କ ସମୟର ଶିଳାଲେଖ, ଜଉଗଡ଼ର ଶିଳାଲେଖ, ହାତୀଗୁମ୍ଫା ଶିଳାଲେଖରେ ଭାଷା ହେଉଛି ପାଲି ଓ ଲିପି ହେଉଛି ବ୍ରାହ୍ମୀ । ଉକ୍ତ ଶିଳାଲେଖ ହିଁ ପ୍ରମାଣ କରିଦିଏ ଯେ ଓଡ଼ିଆ ଭାଷା ଅନ୍ୟଭାଷାଠାରୁ ବହୁ ପୁରାତନ ।
୨୦ ଫେବୃଆରୀ ୨୦୧୪ ତାରିଖ ଦିନ କେନ୍ଦ୍ର ସରକାର ଓଡ଼ିଆ ଭାଷାକୁ ଶାସ୍ତ୍ରୀୟତା ମାନ୍ୟତା ଦେଇଥିଲେ ଓ ମାର୍ଚ୍ଚ ୧୧ ତାରିଖ ଦିନ ଏ ନେଇ ସରକାରୀ ବିଜ୍ଞପ୍ତି ଜାରି କରାଯାଇଥିଲା । ୨୦୧୫ ମସିହାରୁ ଏହି ଦିନଟିକୁ ଶାସ୍ତ୍ରୀୟ ଓଡ଼ିଆ ଦିବସ ଭାବେ ପାଳନ କରିବା ପାଇଁ ଓଡିଶା ସରକାର ନିଷ୍ପତି ଗ୍ରହଣ କରିଥିଲେ । ଏହା ପୂର୍ବରୁ ତାମିଲ, ସଂସ୍କୃତ, ତେଲୁଗୁ, କନ୍ନଡ ଓ ମାଲାୟାଲାମକୁ ଶାସ୍ତ୍ର୍ୀୟ ଭାଷା ମାନ୍ୟତା ମିଳିଛି । ୨୦୦୦ ମସିହା ଫେବୃଆରୀ ପରଠାରୁ ପ୍ରତିବର୍ଷ ଭାଷାଗତ ଓ ଚଳଣିଗତ ବିଭିନ୍ନତା ତଥା ବହୁଭାଷାପଣ ପ୍ରଚାର ପାଇଁ ଉକ୍ତ ଦିବସ ପାଳିତ ହୋଇଆସୁଛି । ସମସ୍ତ ଭାଷାକୁ ସମ୍ମାନ ଦେବା, ସୁରକ୍ଷା ଦେବା ସମସ୍ତଙ୍କର କର୍ତବ୍ୟ । ସମଗ୍ର ବିଶ୍ୱରେ ପ୍ରଚଳିତ ୭୧୦୨ ଟି ଭାଷା ମଧ୍ୟରେ ଓଡ଼ିଆ ଭାଷାର ସ୍ଥାନ ୩୭ । ନିଶ୍ଚିତ ଏହା ଗର୍ବର ବିଷୟ ମାତ୍ର ଓଡ଼ିଶା ସୀମାନ୍ତରେ ଆମ ମାତୃଭାଷା ଓ ମାତୃଭୂମୀ ପ୍ରତି ଯେଉଁ ସମସ୍ୟା ଉପୁଜିଛି ତାହା ଗମ୍ଭୀର ବିଷୟ ।


