ଶିକ୍ଷକ ସଂଘ ପକ୍ଷରୁ ଗୁରୁ ପୂଜନ ଓ ବିଦାୟ ସମ୍ବର୍ଦ୍ଧନା ସଭା

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ପରମ୍ପରା ପ୍ରକାରେ ସେପ୍ଟେମ୍ବର ୫ ତାରିଖ ଗୁରୁ ଦିବସ ଉପଲକ୍ଷେ ଶ୍ରୀ ବଳଦେବ ଜୀଉ ମନ୍ଦିର ପରିସରରେ ଗୁରୁ ପୂଜନ କାର୍ଯ୍ୟକ୍ରମ ସହ ଅବସର ଗ୍ରହଣ କରିଥିବା ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟିତ୍ରୀ ବୃନ୍ଦଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ମନୋରଞ୍ଜନ ଦାଶ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଯୋଗଦେଇଥିଲେ। ମୁଖ୍ୟ ବକ୍ତା ଭାବେ ବୁଗୁଡା ଏବିଇଓ ସୀମାଞ୍ଚଳ ସେଠୀ ଏବଂ ସମ୍ମାନିତ ଅତିଥି ଭାବେ ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ବୁଗୁଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି କେ.ନୀଳମାଧବ ଆଚାରୀ, ଏନଏସି ଉପାଧ୍ୟକ୍ଷାଙ୍କ ପ୍ରତିନିଧି ସୁଧାଂଶୁ ଶେଖର ପାଢ଼ୀ, ଏବିଇଓ ଅମିତ ପାଢ଼ୀ, ଉପ-କୋଷାଗାର ଅଫିସର ମଞ୍ଜୁଳା କୁମାରୀ ପଣ୍ଡା ଓ ସମାଜସେବୀ ମଦନ ଗୋପାଳ ଦୋରା ଯୋଗ ଦେଇଥିଲେ। ଅତିଥି ବୃନ୍ଦ ସର୍ବପ୍ରଥମେ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ତୈଳଚିତ୍ରରେ ପୁଷ୍ପ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ମାନ୍ୟବର ବିଧାୟକ ଶ୍ରୀ ସାହୁ ଗତ ଗୁରୁ ଦିବସ ପରଠାରୁ ଅବସର ଗ୍ରହଣ କରିଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ ରାମଚନ୍ଦ୍ର ସାହୁ, ମନୋରଞ୍ଜନ ଦାଶ, ପ୍ରଦୀପ କୁମାର ଦାଶ, ଦୀନବନ୍ଧୁ ନାୟକ, କାଦମ୍ବିନୀ ପାଣିଗ୍ରାହୀ, ଗୋପାଳ କୃଷ୍ଣ ବେହେରା, ରାଜକିଶୋର ସେଠୀ, ପୁରୁଷୋତ୍ତମ ପ୍ରଧାନ, ନୃସିଂହ ଚରଣ ପଟ୍ଟନାୟକ ଓ ପ୍ରଫୁଲ କୁମାର ରାଉତ ଙ୍କୁ ଉପଢୌକନ ଓ ଉପହାର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ସମ୍ପାଦକ ନଗେନ୍ଦ୍ର ଷଡଙ୍ଗୀ ସ୍ୱାଗତ ଭାଷଣ, ସ୍ୱାଗତିକା ଦାଶ ଅତିଥି ପରିଚୟ, ପୂର୍ଣ୍ଣଚନ୍ଦ୍ର ବେହେରା ସ୍ୱାଗତ ସଙ୍ଗୀତ ଓ ସଭାପତି ପିତାମ୍ବର ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ