ଗୁରୁ ଦିବସରେ କଳା ବ୍ୟାଚ ପିନ୍ଧିଲେ ଅଧ୍ୟାପକ ଓ ଅଧ୍ୟାପିକା ବୃନ୍ଦ

ବୁଗୁଡା, (ଅନିଲ କୁମାର ମହାରଣା):ଓଡିଶା ଷ୍ଟେଟ ସେଲେକ୍ସନ ବୋର୍ଡ ଲେକଚରସ ଆସୋସିଏସନ (ଓଏସଏଲଏ)ର ନିଷ୍ପତ୍ତି ପ୍ରକାରେ ବୁଗୁଡା ପିପୁଲସ କଲେଜର ୧୧ ଜଣ ଅଧ୍ୟାପକ ଓ ଅଧ୍ୟାପିକା ସେପ୍ଟେମ୍ବର ୫ ଗୁରୁ ଦିବସରେ କଳା ବ୍ୟାଚ ପରିଧାନ କରି ସରକାରଙ୍କ ନିକଟରେ ପ୍ରତିବାଦ କରଛନ୍ତି। ଷ୍ଟେଟ ସେଲେକ୍ସନ ବୋର୍ଡ ଦ୍ୱାରା ନିଯୁକ୍ତି ପାଇଥିବା ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ଗ୍ରେଡ ପେ ୪୬୦୦ ଟଙ୍କା ପରିବର୍ତ୍ତେ ୫୪୦୦ ଟଙ୍କାକୁ ପରିବର୍ତ୍ତନ କରିବାକୁ ଦୀର୍ଘ ୮ ବର୍ଷ ଧରି ଦାବି କରିଆସୁଥିଲେ ସୁଦ୍ଧା ସରକାର ଦାବି ପୂରଣ କରି ନାହାଁନ୍ତି। ଏହି ଅଧ୍ୟାପକ ଓ ଅଧ୍ୟାପିକା ବୃନ୍ଦ ସ୍ନାତକ ଶ୍ରେଣୀକୁ ଶିକ୍ଷାଦାନ ପାଇଁ ନିଯୁକ୍ତି ପାଇଥିଲେ ମଧ୍ୟ ସେହି ଅନୁସାରେ ଦରମା ଦିଆଯାଉନାହିଁ। ଦୀର୍ଘ ଆଠ ବର୍ଷ ଧରି ଗ୍ରେଡ ପେ ବୃଦ୍ଧି ପାଇଁ ଦାବିକରି ଆସୁଥିଲେ ମଧ୍ୟ ତାହା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ଆସିପାରିଲା ନାହିଁ। ଅଗଷ୍ଟ ୩୧ ତାରିଖ ଦିନ ଆସୋସିଏସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ଚେତାଇ ଦିଆଯାଇଥିଲାଯେ ଦାବି ପୂରଣ ନହେଲେ ଗୁରୁ ଦିବସ ଦିନ ଠାରୁ ଅଧ୍ୟାପକ ଓ ଅଧ୍ୟାପିକା ବୃନ୍ଦ କଳା ବ୍ୟାଚ ପିନ୍ଧି ପ୍ରତିବାଦ ସ୍ବରୂପ ଶିକ୍ଷା ଦାନ କରିବେ। ସରକାର ଦାବି ଗ୍ରହଣ କରିନଥିବା ଯୋଗୁଁ ସଂଘର ପୂର୍ବ ନିଷ୍ପତ୍ତି ପ୍ରକାରେ ବୁଗୁଡା ପିପୁଲସ କଲେଜର ଅଧ୍ୟାପକ ଆତ୍ମପ୍ରକାଶ ନାୟକ, ଲେଫନାଣ୍ଟ ଅଜୟ କୁମାର ସାହୁ, ଡକ୍ଟର ପ୍ରଦୀପ କୁମାର ଦାଶ, ଦିଲ୍ଲୀପ କୁମାର ସାହୁ, ଦିନେଶ ଚୌଧୁରୀ, ଶ୍ରୀକୃଷ୍ଣ ମଣ୍ଡଳ, ଦୁଷ୍ମନ୍ତ ପ୍ରଧାନ, କିଶୋର ଚନ୍ଦ୍ର ଶବର, ବିନୋଦ କୁମାର କର ଏବଂ ଅଧ୍ୟାପିକା ସନ୍ଧ୍ୟାରାଣୀ ସାହୁ ଓ ସସ୍ମିତା ସାମନ୍ତରା କଳା ବ୍ୟାଚ ପରିଧାନ କରି ଗୁରୁ ଦିବସରେ ଯୋଗଦେଇଥିଲେ। ସମଗ୍ର ରାଜ୍ୟରେ ଅଧ୍ୟାପକ ଓ ଅଧ୍ୟାପିକା ବୃନ୍ଦ କଳା ବ୍ୟାଚ ପିନ୍ଧି ଶିକ୍ଷା ଦାନ କରିବେ। ସାତ ଦିନ ମଧ୍ୟରେ ସରକାର ଦାବି ପୂରଣ ନକଲେ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ରାଜ୍ୟ ସଭାପତି ସରୋଜକାନ୍ତ ନାୟକ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ