ଶିକ୍ଷା ଭିତ୍ତିଭୂମିର ବିକାଶ ପଦକ୍ଷେପକୁ କେନ୍ଦ୍ରମନ୍ତ୍ରୀଙ୍କୁ ଶୁଭେଚ୍ଛା ଓ ଧନ୍ୟବାଦ୍

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ସ୍କୁଲ ଶିକ୍ଷା ସହ ଭିତ୍ତିଭୂମିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଓଡ଼ିଶାର ୧୪ ଟି ସ୍କୁଲକୁ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ମୋଟ ୧୧ କୋଟି ୬୮ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ।ସେଥି ମଧ୍ୟରୁ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଥିବା ମହେନ୍ଦ୍ରଗିରି(ପୌର) ସରକାରୀ ଉଚ୍ଚ ବିଦ୍ୟାଳୟକୁ ୭୦ ଲକ୍ଷ ଟଙ୍କା ମଞ୍ଜୁର କରାଯିବା ସହ ସ୍କୁଲ ଶିକ୍ଷା ଭିତ୍ତିଭୂମିର ବିକାଶପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ତରଫରୁ ସୁଯୋଗ ସ୍ରୁଷ୍ଟି କରାଯାଇଛି ।ବିଦ୍ୟାଳୟର ଗୁଣାତ୍ମକ ଶିକ୍ଷାର ବିକାଶ ସହ ଭିତ୍ତିଭୂମିର ବିକାଶ ଓ ଆନୁସଙ୍ଗିକ ସୁବିଧା-ସୁଯୋଗ ସୃଷ୍ଟି ପାଇଁ ଏହି ଅର୍ଥ ଖର୍ଚ୍ଚ କରାଯିବ ।ମୁଖ୍ୟତଃ ଏହି ବିଦ୍ୟାଳୟରେ ପ୍ରଥମରୁ ୧୦ ମ ଶ୍ରେଣୀ ପର୍ଯ୍ୟନ୍ତ ୨୮୧ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ ରତ ଥିବା ବେଳେ ଏଠାରେ ୫ ଟି ଶ୍ରେଣୀ ଗୃହ ଓ ସମ୍ମିଳନୀ କକ୍ଷ ସମେତ ଶୌଚାଳୟ , ପାନୀୟ ଜଳ , ସୀମା ପାଚେରୀ , ଫର୍ଣିଚର୍ , ପ୍ରଧାନଶିକ୍ଷକ କକ୍ଷ ନବୀକରଣ , ସ୍ମାର୍ଟ ଶ୍ରେଣୀଗୃହ , ବିଦ୍ୟୁତିକରଣ , ପାଠାଗାର ଏବଂ ଖେଳ ପଡିଆ ପ୍ରଭୃତିର ବିଶେଷ ଅଭାବ ରହିଛି । ତେଣୁ ଏହି ମଞ୍ଜୁର ଅର୍ଥରେ ଉପରୋକ୍ତ ଏସବୁ ପ୍ରଭୃତିର ନିର୍ମାଣ ବ୍ୟବସ୍ଥା କରାଯିବ।ଏହିପରି ଏକ ସାର୍ବଜନୀନ ବିକାଶ ପାଇଁ କେନ୍ଦ୍ର ସରକାର ପାରଳାଖେମୁଣ୍ଡି ସହରର ଏହି ମହେନ୍ଦ୍ରଗିରି ସରକାରୀ ଉଚ୍ଚ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ଆବଶ୍ୟକ ଅର୍ଥ ମଞ୍ଜୁର କରିବା ପରେ ଏହା ଆମ ବିଦ୍ୟାଳୟର ଭିତ୍ତିଭୂମି ସୁଦୃଢ଼ କରିବା ସହ ସୈକ୍ଷିକ ବାତାବରଣ ସୃଷ୍ଟି କରିବାରେ ଏବଂ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାରେ ବେଶ୍ ସହାୟକ ହୋଇପାରିବ ବୋଲି କହି ବିଦ୍ୟାଳୟର ଛାତ୍ରଛାତ୍ରୀ , ଅଭିଭାବକ , ପୁରାତନ ଛାତ୍ର ଏବଂ ଶିକ୍ଷକ ଶିକ୍ଷୟତ୍ରୀ ମହଲରେ ଅତ୍ୟନ୍ତ ଖୁସିବ୍ୟକ୍ତ କରିବା ସହ ଏଥିପାଇଁ କେନ୍ଦ୍ର ସରକାର ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଭୂୟସୀ ପ୍ରଶଂସା କରିବା ସହ ସେମାନଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ।ଏହି ଯୋଜନା ଉକ୍ତ ବିଦ୍ୟାଳୟର ସାମୁହିକ ବିକାଶରେ ବିଶେଷ ସହାୟକ ହେବ ବୋଲି ମତ ପ୍ରକାଶ ପାଇଛି ।ଏହି କ୍ରମରେ ବିଦ୍ୟାଳୟର ପୁରାତନ ଛାତ୍ର ଶ୍ରୀ ଭାଗବତ ପାଢୀ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା , ଶ୍ରୀ ଲୀମାଇଁ ଚରଣ ପାତ୍ର ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀମତୀ ସସ୍ମିତା ଗନ୍ତାୟତ , ଙ୍କ ସମେତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପୂର୍ଣଚନ୍ଦ୍ର ପ୍ରଧାନ , ଶିକ୍ଷକ ଶ୍ରୀ ରାମ ଶଙ୍କର ଗନ୍ତାୟତ , ଶ୍ରୀ ୱାଇ: ଶିବ କୁମାର , ଶ୍ରୀ ଲକ୍ଷ୍ମୀ ନାରାୟଣ ଲିମା ଏବଂ ଶିକ୍ଷୟତ୍ରୀ ଶ୍ରୀମତୀ ବିଷ୍ଣୁପ୍ରିୟା ଦେବୀ ପାଢ଼ୀ , ଶ୍ରୀମତୀ କବିତା ରାଉତ , ଶ୍ରୀମତୀ ଶୁଭଲକ୍ଷ୍ମି ଦାସ , ଶ୍ରୀମତୀ ରଶ୍ମିତା କୁମାରୀ ନନ୍ଦ ଏବଂ ଶ୍ରୀମତୀ ମଧୁସ୍ମିତା ସାହୁ ଓ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଶ୍ରୀ ପପୁନ ମହାରଣା ଓ ପପି ମହାରଣା ପ୍ରମୁଖ ଅନ୍ୟ ଛାତ୍ରଛାତ୍ରୀ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ\’ଙ୍କୁ ଅଭିନନ୍ଦନ ଓ ସାଧୁବାଦ୍ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ