୫ଟି ସଚିବ ଭିକେ ପାଣ୍ଡିଆନ ଙ୍କ ଅଚାନକ ଗଜପତି ଗସ୍ତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ):୫’ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ ଅଚାନକ ଦୁଇଦିନିଆ ଗଜପତି ଜିଲ୍ଲା ଗସ୍ତରେ ପହଞ୍ଚିଲେ । ପୂର୍ବରୁ କୌଣସି ନିର୍ଦ୍ଧାରିତ କାର୍ଯ୍ୟକ୍ରମ ନଥିଲେ ମଧ୍ୟ ପାଗ ପ୍ରତିକୁଳ ଥିବା ସତ୍ତ୍ବେ ଗତକାଲି ସନ୍ଧ୍ୟା ସମୟରେ ସେଞ୍ଚୁରିଅନ ବିଶ୍ବ ବିଦ୍ୟାଳୟ ହେଲି ପ୍ୟାଡରେ ହେଲିକେପ୍ଟର ଯୋଗେ ଅବତରଣ କରି ଥିଲେ । ଏହାପରେ ସେଠାରୁ ପାରଳାଖେମୁଣ୍ଡି ସହରର ସର୍କିଟ ହାଉସ ଠାରେ ପହଞ୍ଚି ବିଭିନ୍ନ ବିଭାଗର କାର୍ଯ୍ୟକାରୀତା ଗୁଡିକୁ ନେଇ ଆଲୋଚନା ଓ ସମୀକ୍ଷା କରିଥିଲେ । ଏହାପରେ ଜିଲ୍ଲା ପ୍ରାୟ ୮.୩୦ ମିନିଟ ସମୟରେ ହଠାତ ମୁଖ୍ୟ ଚିକିତ୍ସାଳୟ ଠାରେ ପହଞ୍ଚି ଚାଲୁ ରହିଥିବା ଉନ୍ନୟନ କାର୍ଯ୍ୟର ତଦାରଖ କରି ରୋଗୀ ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ସେହିପରି ପ୍ରାୟ ୯ ଘଣ୍ଟା ସମୟରେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପରିଦର୍ଶନ କରି ମୋ ସରକାର ଯୋଜନା କିପରି କାର୍ଯ୍ୟକାରି ହେଉଛି ତାହାର ନିରୀକ୍ଷଣ କରିଥିଲେ । ସେ ଶୁକ୍ରବାର ରାତ୍ର ପାରଳାରେ ରହଣି କରିବା ପରେ ଆଜି ସକାଳ ୬.୩୦ ଘଣ୍ଟା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ସମୀକ୍ଷା ବୈଠକ କରିଥିଲେ । ସେହିପରି ସର୍କିଟ ହାଉସ ଠାରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ, ଏସଡିସି ଅଧ୍ୟକ୍ଷା ମୋରିୟମ ରଇତ, ପାରଳାଖେମୁଣ୍ଡ ପୌରପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ, ଜିଲ୍ଲା ଯୁବ ବିଜେଡି ସଭାପତି ଏସ୍. ଲିଙ୍ଗରାଜୁ, ମହିଳା ସଭାନେତ୍ରୀ ପୂର୍ଣ୍ଣବାସୀ ନାୟକ, ରାଜ୍ୟ ବିଜେଡି ସମ୍ପାଦକ ପ୍ରଦୀପ ନାୟକ, ପାରଳା ନଗର ସଭାପତି ସୁଦ୍ଧି ରଞ୍ଜନ ମହାପାତ୍ର ପ୍ରମୁଖ ୫ଟି ସଚିବ ଶ୍ରୀ ପାଣ୍ଡିଆନଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କହିଥିଲେ । ୫ଟି ସଚିବ ଶ୍ରୀ ପାଣ୍ଡିଆନଙ୍କ ଏହି ଗସ୍ତ ସମୟରେ ଗଜପତି ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ବାତୀ ଏସ୍.କୁମାର ପ୍ରମୁଖଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । ଶ୍ରୀ ପାଣ୍ଡିଆନଙ୍କ ଏପରି ଗସ୍ତକୁନେଇ ପ୍ରଶାସନିକ ସ୍ତରରେ ତତ୍ପରତା ଦେଖାଦେଇଥିବା ବେଳେ ତାଙ୍କ ରହଣୀ ଲାଗି ସର୍କିଟ ହାଉସ ପରିସରରେ କଡା ସୁରକ୍ଷାର ବନ୍ଦୋବସ୍ତ କରାଯାଇଥିଲା । ଏହାପରେ ଶନିବାର ସକାଳ ସେଞ୍ଚୁରିଅନ ବିଶ୍ବବିଦ୍ୟାଳୟ ହ୍ୟାଲିପେଡକୁ ଯାଇ ସେଠାରୁ ହେଲିକେପ୍ଟର ଯୋଗେ କାର୍ଯ୍ୟ ସୂଚୀ ଅନୁଯାୟୀ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଗସ୍ତ କରିବେ ବୋଲି ସୁଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ