ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଉପ ସ୍ୱାସ୍ଥ୍ୟଗୋଷ୍ଠୀ କେନ୍ଦ୍ରରେ ତାଲା
ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଉପ ସ୍ୱାସ୍ଥ୍ୟଗୋଷ୍ଠୀ କେନ୍ଦ୍ରରେ ତାଲା ପକେଇଲେ ଜନୈକ ବ୍ୟକ୍ତି। ଫଳରେ କୋଭିଡ ଟୀକା ନେବା କୁ ଆସିଥିବା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଲେ। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ସରଗଡା ଗ୍ରାମରେ। ସୂଚନା ଅନୁଯାୟୀ ଆଜି ସରଗଡା ସ୍ଥିତ ଉପ ସ୍ବାସ୍ଥ୍ୟ ଗୋଷ୍ଠୀ କେନ୍ଦ୍ରରେ କୋଭିଡ ଟୀକା ନେବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା। ତେବେ ସରଗଡା ଗ୍ରାମର ଜୟରାମ ମାରାଣ୍ଡି ସେଠାରେ ପହଞ୍ଚି ସ୍ବାସ୍ଥ୍ୟ କେନ୍ଦ୍ରଟି ତାଙ୍କର ଜାଗାରେ ହୋଇଥିବା କହି ଟୀକା ନେଉଥିବା ଲୋକଙ୍କୁ ପିଟିବାକୁ ଉଦ୍ୟମ କରି ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ। ଫଳରେ କିଛି ସମୟ ଧରି ମେଡିକାଲ ଅଫିସର, ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ ଙ୍କ ସହିତ ଟୀକା ନେବାକୁ ଆସିଥିବା ଲୋକେ ସ୍ୱସ୍ଥ୍ୟ କେନ୍ଦ୍ର ଭିତରୁ ବାହାର କୁ ବାହାରି ପାରିନଥିଲେ। ତା ସହିତ ପ୍ରାୟ ୬୦ ରୁ ୭୦ ଜଣ କୋଭିଡ ଟୀକା ନେବାକୁ ଆସି ଟୀକା ନେଇ ନପାରି ଫେରି ଯାଇଥିଲେ। ଖବର ପାଇ ଗୋରୁମହିଷାଣୀ ଥାନା ପୋଲିସ ସେଠାରେ ପହଞ୍ଚି ଜୟରାମ ମାରାଣ୍ଡି ଙ୍କୁ ଥାନା କୁ ଆଣି ଅଟକ ରଖିବା ସହିତ ସ୍ବାସ୍ଥ୍ୟ କେନ୍ଦ୍ର ରେ ଲାଗିଥିବା ତାଲା ଖୋଲା କରାଇବାରୁ ପରିସ୍ଥିତି ସ୍ୱଭାବିକ ହୋଇଥିଲା।


