ଶିଖର ଧାନ ମଣ୍ଡି ଉଦଘାଟିତ

ନାଉଗାଁ,(ୱାଇଏନ୍ଏସ୍): ନାଉଗାଁ ବ୍ଲକ ଶିଖର ପ୍ରାଥମିକ ସେବା ସମବାୟ ସମିତିର ଧାନମଣ୍ଡି ଶୁକ୍ରବାର ଉଦଘାଟିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥିଭାବେ ସିସିସିବି ନାଉଗାଁ ଶାଖାର ମ୍ୟାନେଜର ମନୋରଂଜନ ଦାସ ଯୋଗ ଦେଇ ଫିତା କାଟି ଶୁଭ ଉଦଘାଟନ କରିଥିଲେ । ତାଙ୍କ ସହିତ ଧାନ କ୍ରୟ କମିଟିର ସୁରେନ୍ଦ୍ର ନାଥ ସ୍ୱାଇଁ, ପୂର୍ବତନ ସମିତି ପରିଚାଳନା ସଭାପତି ଗିରିଧାରୀ ସ୍ୱାଇଁ, ସୁବାଷ ଚନ୍ଦ୍ର ଲେଙ୍କା, ବ୍ଲକ ଯୋଗାଣ ବିଭାଗର ଡିଇଓ ମାନସ ରଂଜନ ସ୍ୱାଇଁ, ପ୍ରଶନ୍ନ କୁମାର ବେହୁରା, ଧୃବଚରଣ ପୁହାଣ, ପ୍ରଭାତ କୁମାର ସ୍ୱାଇଁ, ରାଜକିଶୋର ଲେଙ୍କାଙ୍କ ସମେତ ଚାଷୀମାନେ ଉପସ୍ଥିତ ଥିଲେ । ଉକ୍ତ ମଣ୍ଡିରେ ୪୮୨ ଜଣ ଚାଷୀ ଧାନ ଦେବା ପାଇଁ ନାମ ପଂଜିକରଣ କରିଥିବା ବେଳେ ପ୍ରଥମ ଦିନରେ ୧୧ ଜଣ ଚାଷୀଙ୍କ ଠାରୁ ୨୬୨ କ୍ୱିଟାଲ ଧାନ ସଂଗୃହିତ ହୋଇଥିବା ସମିତି ସଂପାଦକ ମାଧବାନନ୍ଦ ନାୟକ ସୂଚନା ଦେଇଛନ୍ତି । ଉକ୍ତ ମଣ୍ଡିରୁ ଯାଜପୁରର ସଂଯୁକ୍ତା ମିଲର ଓ ବରଗଡର ଶ୍ରୀ ସାଇ ଫୁଡ ମିଲର ଧାନ ସଂଗ୍ରହ କରିବା ପାଇଁ ନିର୍ଦ୍ଦେଶ ରହିଛି । ଏହି କାର୍ଯ୍ୟକ୍ରମକୁ ସମିତିର ସଂପାଦକ ଶ୍ରୀ ନାୟକ ପରିଚାଳନା କରୁଥିବା ବେଳେ ସମିତିର ଡିଇଓ ଚିନ୍ମୟ ନାୟକ ଓ ପ୍ରସନ୍ନ କୁମାର ନାୟକ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ