ଶିମିଳିପାଳ ଦୁର୍ଗମ ଅଞ୍ଚଳ ବାସିନ୍ଦାଙ୍କୁ ମାସ୍କ ବାଣ୍ଟିଲେ ମୟୂରଭଂଜ ସଦର ବିଜେଡି ଜିଲ୍ଲା ସଭାପତି
ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ଶିମିଳିପାଳ ଜୈବ ମଣ୍ଡଳ ଅନ୍ତର୍ଗତ ଦୁର୍ଗମ ବଣ ପାହାଡ଼ ଘେରା ଭାତଛତର ପଞ୍ଚାୟତର କାଶିପାଣି ଗ୍ରାମରେ(ବିଶୋଇ ବ୍ଳକ)ରେ ମୟୁରଭଞ୍ଜ ବିଜେଡି ସଦର ସଭାପତି ଶ୍ରୀ କାଶୀନାଥ ହେମ୍ବ୍ରମ ମାସ୍କ ବଣ୍ଟନ କରି ସେଠାରେ ବାସବାସ କରୁଥିବା ଆଦିବାସୀ ମାନଙ୍କୁ କରୋନା ବିଷୟରେ ସଚେତନ କରାଇବା ସହ ତାଙ୍କ ସୁବିଧା ଅସୁବିଧା ବୁଝିଥିଲେ।ଲୋକେ ବିଦ୍ୟୁତ ସଂଯୋଗ ପାଇଁ ଅନୁରୋଧ କରିଥିଲେ କିନ୍ତୁ ଉକ୍ତ ଅଞ୍ଚଳ ଶିମିଳିପାଳ ଜୈବ ମଣ୍ଡଳ ହେଇଥିବାରୁ ସେଥିରେ ସରକାରଙ୍କ ତରଫରୁ ସୌରଶକ୍ତି ଚାଳିତ ଆଲୋକ ବ୍ୟବସ୍ଥା ଅଛି। ଜିଲ୍ଲା ସଭାପତି ଶ୍ରୀ ହେମ୍ବ୍ରମଙ୍କ ସହ ବିଶିଷ୍ଟ ସମାଜସେବୀ ତଥା ବିଜେଡି ନେତା ଦୀପକ ମିଶ୍ର, ଯୁବସଂଗଠକ ଗଣେଶ ମିଶ୍ର, ତୁଶୀଲ ହେମ୍ବ୍ରମ, ମୁନ୍ନା ଖାଁ, ସ୍ଥାନୀୟ ୱାର୍ଡ ମେମ୍ବର, ଗ୍ରାମ ମୁଖିଆ ପ୍ରମୁଖ ଉପସ୍ଥିତ ରହି ମାସ୍କ ବଣ୍ଟନ କାର୍ଯ୍ୟ ସମ୍ପାଦନ କରିଥିଲେ।


