ଶିଶିର ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ଜିଲ୍ଲାର ଅଙ୍ଗୁଳାଇ ନିକଟସ୍ଥ ଜରିପଡା ଗ୍ରାମରେ ସମାଜସେବୀ ଶିକ୍ଷକ ନେତା ଶିଶିର ଦାସଙ୍କ ଏକାଦଶାହ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ସମାଜସେବୀ ଭଜକୃଷ୍ଣ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଅମୀୟ କୁମାର ନାୟକ ଗୀତାପାଠ କରିଥିଲେ । ସ୍ୱର୍ଗତ ଦାସଙ୍କ ଉଦ୍ଦେଶ୍ୟରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ପରେ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ସେ ଜିଲ୍ଲା ଅବସରପ୍ରାପ୍ତ କର୍ମଚାରୀ ସଂଘ ଅଙ୍ଗୁଳାଇ ଶାଖାର ସଭାପତି ରହିବା ସହ ଅନେକ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଥିଲେ । ଜିଲ୍ଲା ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି ଡଃ. ଉପେନ୍ଦ୍ର ନାଥ ପ୍ରଧାନ, ସମ୍ପାଦକ କରୁଣାକର ଦାସ, ସଂଗଠନ ସମ୍ପାଦକ ବୈଷ୍ଣବ ଚରଣ ସ୍ୱାଇଁ, କେନ୍ଦ୍ରାପଡା ଜିଲ୍ଲା ବିକାଶ ସାମ୍ମୁଖ୍ୟ ସମ୍ପାଦକ ଅଧ୍ୟାପକ ଅଜୟ ସାମଲ, ମାର୍ଶାଘାଇ ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ଗୈାରାଙ୍ଗ ଚରଣ ଲେଙ୍କା, ଅରବିନ୍ଦ ପରିଡା, ସୁରେଶ ଚନ୍ଦ୍ର ପଟ୍ଟନାୟକ, ନୀଳମାଧବ ରାଉତ, ନେତ୍ରାନନ୍ଦ କର, ବଳରାମ ସାହୁ, ଶ୍ରୀକାନ୍ତ ସାହୁ, ଉମାକାନ୍ତ ଦାସ ପ୍ରମୁଖ ତାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପରିବାର ପକ୍ଷରୁ ସାନଜ୍ୱାଇଁ ଓ ନାତୁଣୀମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ପରିବାର ଏବଂ ଅଞ୍ଚଳ ପ୍ରତି ତାଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ ।


