କୃଷକ ବିକାଶ ସମବାୟ ସମିତିର ନୂତନ କାର୍ଯ୍ୟାଳୟ ଉଦଘାଟିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ସହରର ଗୋପ ଠାରେ କୃଷକ ବିକାଶ ସମବାୟ ସମିତି ଲିଃର ନୂତନ କାର୍ଯ୍ୟାଳୟ ଗୃହ ସମିତିର ସଭାପତି ପ୍ରମୋଦ ସାହୁଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛିି । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ସମିତିର ଉପସଭାପତି ପାର୍ବତୀ ନାୟକ, ସମିତିର ନିର୍ଦେଶକ ଅଭୟ ସାମଲ, ରବିନ୍ଦ୍ର ଧଳ, ରଞ୍ଜନ ସେଠୀ, ପ୍ରମୋଦ ସାମଲ, ମହେଶ୍ୱର ଜେନା, ଧର୍ମପଦ ମହାରଣା, ସମିତି ସମ୍ପାଦକ ଅରବିନ୍ଦ ସାହୁଙ୍କ ସମେତ କର୍ମଚାରୀମାନେ ଉପସ୍ଥିତ ଥିଲେ । ଏତଦବ୍ୟତିତ କେନ୍ଦ୍ରାପଡା ଋଣ ସମବାୟ ସମିତି ଲିଃର ସମ୍ପାଦକ ପ୍ରହଲ୍ଲାଦ ସାହୁ,ଜେନେରାଲ ମ୍ୟାନେଜର ମନୋଜ ସାହୁ, ମୁଖ୍ୟ ଶାଖାର ବରିଷ୍ଠ ପରିଚାଳକ ରମେଶ ସେଠୀ, ପାରାଦୀପ ଶାଖାର ପରିଚାଳକ ଭବାନୀ ପରିଡା, ସହର ଶାଖାର ପରିଚାଳକ ଶାନ୍ତନୁ ପଣ୍ଡା ଓ ଅନ୍ୟାନ୍ୟ ଶାଖାର କର୍ମଚାରୀଙ୍କ ସମେତ ବହୁ ଚାଷୀ, ବୁଦ୍ଧିଜୀବୀମାନେ ଯୋଗଦେଇଥିଲେ । ଏହି ଅବସରରେ ନବଗଠିତ ସମିତି ପରିଚାଳନା ପରିଷଦର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟତଃ ଚାଷୀମାନଙ୍କୁ ନିର୍ଦ୍ଧାରିତ ଦରରେ ସମିତି ପକ୍ଷରୁ ଧାନ ବିହନ ଯୋଗାଇ ଦିଆଯାଇଥିବା ବିଷୟ ସହ ସାର ଯୋଗାଣ ସମ୍ପର୍କରେ ସମୀକ୍ଷା କରାଯିବା ସଙ୍ଗେ ସଙ୍ଗେ ଚାଷୀମାନଙ୍କୁ ଠିକ ସମୟରେ ବିଭିନ୍ନ କିଷମର ସାର ତୁରନ୍ତ ଯୋଗାଇବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ