ଶିଶୁ ଅନନ୍ତ ପୀଠ ରେ ଭକ୍ତକବି ଜୟଦେବଙ୍କ  ଜୟନ୍ତୀ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଖୋର୍ଦ୍ଧା ଜିଲ୍ଲାବାଲିପାଟଣା ବ୍ଲକ  ଅନ୍ତର୍ଗତ ଶିଶୁ ଅନନ୍ତ ପୀଠ ଠାରେ ଭକ୍ତ କବି ଜୟଦେବଙ୍କ ଜୟନ୍ତୀ ଆଜି ପୂର୍ବାହ୍ମରେ ସମାରୋହରେ ପାଳିତ ହୋଇଯାଇଛି l ରାଜ୍ୟ ସଂସ୍କୃତି ବିଭାଗ, ଜିଲ୍ଲା ପ୍ରଶାସନ, ଖୋର୍ଦ୍ଧା, ପଞ୍ଚାୟତ ସମିତି, ବାଲିପାଟଣା, ଶିଶୁ ଅନନ୍ତ ଟ୍ରଷ୍ଟ,ବାଲିପାଟଣାଙ୍କ ମିଳିତ ଆୟୋଜନରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା l ଜୟଦେବ ବିଧାୟକ ଡଃ ଅରବିନ୍ଦ ଢାଲି କାର୍ଯ୍ୟକ୍ରମକୁ ଉଦଘାଟନ କରି  ଜୟଦେବଙ୍କ ରଚିତ ଗୀତଗୋବିନ୍ଦର ମାହାତ୍ମ୍ୟ ଉପରେ ଆଲୋକପାତ କରିବା ସହ ଅଂଚଳର କଳା, ସଂସ୍କୃତି ଓ ଐତିହ୍ୟକୁ ଉଜ୍ଜୀବିତ କରିବାରେ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗର ଆବଶ୍ୟକତା ରହିଛି ପ୍ରକାଶ କରିଥିଲେ । ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ ଯୋଗଦେଇ ଜୟଦେବ ଜୟନ୍ତୀ ଉପରେ ବକ୍ତବ୍ୟ ରଖିବା ସହିତ  ଅଂଚଳର ପ୍ରସିଦ୍ଧ ଶିଶୁଅନନ୍ତ ପୀଠର ଉନ୍ନତି ପାଇଁ ସମସ୍ତେ ଉଦ୍ୟମ କରିବା ଓ ସମସ୍ତଙ୍କ ସହଯୋଗରେ ଆମ ସଂସ୍କୃତି କାଳଜୟୀ ହେବ ବୋଲି ପ୍ରକାଶ କରିଥିଲେ ।  ମୁଖ୍ୟବକ୍ତା ଭାବେ ଜୟଦେବ ଫାଉଣ୍ଡସନ ଟ୍ରଷ୍ଟର ପୂର୍ବତନ ସଭାପତି ତଥା ଗବେଷକ ଡଃ. ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ଯୋଗଦେଇ ଭକ୍ତକବି ଜୟଦେବଙ୍କ କାଳଜୟୀ ସୃଷ୍ଟି ଗୀତଗୋବିନ୍ଦ, ଏହାର ଅଲୌକିକତା ଏବଂ ଏହା କିପରି ଆମରଆଧ୍ୟାତ୍ମିକ ଚେତନାକୁ ଉଦବୁଦ୍ଧ  କରିଛି ସେ ସମ୍ପର୍କରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ  । ଷୋଡଶ ଶତାବ୍ଦୀରେ ପ୍ରତିବର୍ଷ ଶ୍ରୀ ଚୈତନ୍ୟ ଓ ପଂଚସଖା ଯେଉଁ ପଥଦେଇ ଭୁବନେଶ୍ୱରରୁ ପୂରୀ ଯାଉଥିଲେ, ତନ୍ମଧ୍ୟରେ ବାଲିପାଟଣାର ଶିଶୁ ଅନନ୍ତ ପୀଠ ଅନ୍ୟତମ ।  କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା ତଥା ପରିଚାଳନା କରି ଶିଶୁ ଅନନ୍ତପୀଠ ଟ୍ରଷ୍ଟର ସଂପାଦିକା ଶ୍ରୀମତୀ ତନୟା ଦାସ ଗୌସ୍ୱାମୀ ପୀଠର ମାହାତ୍ମ୍ୟ ସଂପର୍କରେ ବର୍ଣ୍ଣନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିଥିଭାବେ ବାଲିପାଟଣା ତହସିଲଦାର ଶ୍ରୀ ମୃତ୍ୟୁଞ୍ଜୟ ତ୍ରିପାଠୀ, ଭୁବନେଶ୍ୱର ଏସିପି-ଜୋନ-4 ଶ୍ରୀ ପରେଶ କୁମାର ରାଉତ,  ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ଭୁବନେଶ୍ୱର ଶ୍ରୀ ପଠାଣି ରାଉତ, ବାଲିପାଟଣା ଥାନା ଅଧିକାରୀ ଶ୍ରୀ କୃପାସିନ୍ଧୁ ବରାଡ,ଶିଶୁ ଅନନ୍ତପୀଠ ଟ୍ରଷ୍ଟର ସଭାପତି ଅଭିମନ୍ୟୁ ନାୟକ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ ।  ତନୟା ଦାସ ଗୋସ୍ୱାମୀ ଓ ସାଥୀ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଓଡିଶୀ  ଶାସ୍ତ୍ରୀୟ ସଂଗୀତ ପରିବେଷଣ କରାଯାଇଥିଲା  ।  ଅନୁଷ୍ଠାନ ତରଫରୁ  ରବି କୁମାର, ପ୍ରତିଭା ଦାଶ, ଅଭିମନ୍ୟୁ ବାରିକପ୍ରମୁଖ ଶ୍ରୀ ଗୀତଗୋବିନ୍ଦ ଓ ଭଜନ ପରିବେଷଣ କରିଥିଲେ । ଜୟଦେବଓଡିଶୀ ନୃତ୍ୟ ପ୍ରତିଷ୍ଯାନ ତରଫରୁ ନୃତ୍ୟଗୁରୁ ପୂର୍ଣ୍ଣଚନ୍ଦ୍ର ବାରିକଙ୍କ ପରିଚାଳନା ରେ ଗୋଟିପୁଅଏବଂ ଓଡିଶୀନୃତ୍ୟ ପରିବେଷଣ କରାଯାଇଥିଲା । ପୂର୍ବତନ ଜିଲ୍ଲାପରିଷଦ ସଭ୍ୟା ଭାଗ୍ୟଲକ୍ଷ୍ମୀ ମିଶ୍ର କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ । କୋଭିଡ୍ କଟକଣା କୋହଳ ପରେ ଶିଶୁ ଅନନ୍ତ ପୀଠ ଠାରେ ଜୟଦେବ ଜୟନ୍ତୀ ଉପଲକ୍ଷେ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ଆଧ୍ୟାତ୍ମିକ ପରିବେଶକୁ ବହୁଗୁଣିତ କରିଥିଲା । କାର୍ଯ୍ୟକ୍ରମକୁ ବହୁସଂଖ୍ୟାରେ ମହିଳା ଓ ଜନସାଧାରଣ ଯୋଗଦେଇ ଉପଭୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ