ଶିଶୁ ପୁତ୍ର ନିଖୋଜ ଅପହରଣ ସନ୍ଦେହ ଥାନାରେ ଏତଲା
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ଥାନା କୋଟିନଡ଼ା ଗ୍ରାମର ବସନ୍ତ ଛଟେଇ ଙ୍କ ୫ ବର୍ଷ ବୟସର ଶିଶୁ ପୁତ୍ର ପ୍ରଭୁପାଦ ନିଖୋଜ ଥିବା ନେଇ ଥାନାରେ ଏତଲା ହୋଇଛି। ଏତଲାକୁ ଭିତ୍ତିକରି ଥାନା ମାମଲା ନଂ.୪୨୬/୨୨ ଅନୁଯାୟୀ ମକଦ୍ଦମା ରୁଜୁ କରି ପୋଲିସ ତଦନ୍ତ ଚଳାଇଛନ୍ତି। ପ୍ରଭୁପାଦ ସୋମବାର ଅପରାହ୍ନ ଠାରୁ ନିଖୋଜ ଥିବା ଜଣାପଡିଛି। ପରିବାର ଲୋକ ବହୁତ ଖୋଜା ଖୋଜି କରିଥିଲେ ମଧ୍ୟ ଶିଶୁ ପୁତ୍ରର ପତ୍ତା ମିଳୁନି।ଘଟଣା ପରଠାରୁ ବାପା,ମା ଓ ପରିବାର ବର୍ଗଙ୍କ ମଧ୍ୟରେ ଭାଳେଣୀ ପଡିଛି। ସେମାନେ ନାନା ଆଶଙ୍କା ମଧ୍ୟରେ ରହିଛନ୍ତି। ପୋଲିସ ଘଟଣାକୁ ଗୁରୁତ୍ୱ ଦେଇ ବିଭିନ୍ନ ଦିଗରୁ ସୂଚନା ସଂଗ୍ରହ କରୁଛନ୍ତି। ପ୍ରଭୁପାଦ ଘର ପାଖରେ ଖେଳୁଥିବା ବେଳେ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ରୁ ତାଙ୍କୁ କେହି ଅପହରଣ କରି ନେଇଥିବା ଗ୍ରାମବାସୀ ସନ୍ଦେହ କରିଛନ୍ତି।


