ମାଓ ମୁକ୍ତ ହେଉଛି ସ୍ୱାଭିମାନ ଅଞ୍ଚଳ , ଆଜି ପୁଣି ୪୬୭ ମିଲିସିଆଙ୍କ ସମେତ ୬୦୦ ମାଓ ସମର୍ଥକ ଙ୍କ ଆତ୍ମସମର୍ପଣ

ଚିତ୍ରକୋଣ୍ଡା, (ବିମଳ କିଶୋରେ ମିଶ୍ର):ମାଲକାନଗିରି ଯବାନ ଙ୍କୁ ପୁଣି ମିଳିଛି ବଡ ସଫଳତା। ଆଜି ସ୍ୱାଭିମାନ ଅଞ୍ଚଳର ଘନବେଡା ଠାରେ ୯୦୦ ରୁ ଉର୍ଦ୍ଧ ମାଓ ସମର୍ଥକ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ପୋଲିସ ନିକଟରେ ଆତ୍ମସମର୍ପଣ କରିବା ସହ ମାଓ ପୋଷାକ ଜାଳି ମାଓବାଦୀ ବିରୋଧୀ ନାରା ଦେଇଛନ୍ତି । ନାକାମାମୁଡ଼ି , ଅଣ୍ଡ୍ରପାଲି , ଯନ୍ତ୍ରୀ , ପନସପୁଟ , ଯୋଡମ୍ବ ପଞ୍ଚାୟତ ଅନ୍ତର୍ଗତ ଅନେକ ଗ୍ରାମରେ ଥିବା ମାଓ ସମର୍ଥକ ଆତ୍ମସମର୍ପଣ କରିଛନ୍ତି । ଏଥିସହ ଆନ୍ଧ୍ରପ୍ରଦେଶ ରୁ ମଧ୍ୟ ୪ ଟି ଗ୍ରାମ ରେ ଥିବା ମାଓ ମିଲିସିଆ ଆତ୍ମ ସମର୍ପଣ କରିଛନ୍ତି । ଏହି ଗ୍ରାମବାସିଙ୍କ ଆତ୍ମସମର୍ପଣ ଦ୍ୱାରା ସେହି ଅଞ୍ଚଳରେ ବିକାଶ ମୂଳକ କାର୍ଯ୍ୟ ହେବା ସହ ସରକାର ଙ୍କ ଯୋଜନା ପହଂଚିବ । ଏଥିସହ ଅନ୍ୟ ମାଓବାଦୀ ମାନେ ମଧ୍ୟ ମୁଖ୍ୟ ସ୍ରୋତକୁ ଫେରିବା ପାଇଁ ମାଲକାନଗିରି ଏସ୍ପି ଆହ୍ୱାନ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ