ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ସଚେତନ ସହ ଅସହାୟଙ୍କୁ ରିଲିଫ ବଣ୍ଟନ

ମୋହନା, ( ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ ଛେଲାଗଡ଼ ଓ ଡାବରାଗୁଡା ପଞ୍ଚାୟତରେ କରୋନା ସଂକ୍ରମଣ ରୋକିବା ପାଇଁ ଲୋକଙ୍କୁ ସଚେତନ କରିବା ସହ ଅସହାୟମାନଙ୍କୁ ରିଲିଫ ବଣ୍ଟନ କରାଯାଇଛି। ଦେଶର କରୋନା ସାମ୍ପ୍ରତିକ ପରିସ୍ଥିତିରେ ସରକାରୀ ତଥା ବେସରକାରୀ ସଂସ୍ଥା ପକ୍ଷରୁ ବିଭିନ୍ନ ସମୟରେ ଅସହାୟ ଲୋକନଙ୍କୁ ସାହାୟତର ହାତ ବଢ଼ାଉଥିବା ବେଳେ ଆଜି ଶିଶୁ ବିକାଶ ପ୍ରକଳ୍ପର ସଂଯୋଜକ ପ୍ରତିନିଧି ବର୍ଦ୍ଧନ ଓ ତାପସ ରଞ୍ଜନ ପାଣିଙ୍କ ନେତୃତ୍ୱରେ ଆର.ଉଦୟଗିରି ବ୍ଲକର ୨ ଗୋଟି ପଞ୍ଚାୟତର ପ୍ରାୟ ୧୭ ଗୋଟି ଗାଁରେ ଲୋକଙ୍କୁ ଡାକି ସଚେତନ କରିବା ସହ ଅସହାୟ ଲୋକଙ୍କୁ ଚିହ୍ନଟ କରି ପ୍ରକଳ୍ପ ପକ୍ଷରୁ ଶୁଖିଲା ଖାଦ୍ୟ ସହ ରାସନ ସାମଗ୍ରୀ ଓ ସାନିଟାଇଜର ବଣ୍ଟନ କରିଛନ୍ତି। ଏହି ସଚେତନ ଏବଂ ରଲିଫ ବଣ୍ଟନ କାର୍ଯ୍ୟକ୍ରମରେ ଉଭୟ ପଂଚାୟତର ପତିନିଧି ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ