ଶ୍ରବଣ କୁମାର ସମ୍ବର୍ଦ୍ଧନା ସମାରୋହ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜଣ୍ଟିଲୋ ଗ୍ରାମେଶ୍ୱର ମହାଦେବ ମନ୍ଦିର ପରିସରରେ ଆଞ୍ଚଳିକ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ ବାଲିଆ ଆନୁକୂଲ୍ୟରେ ଶ୍ରବଣ କୁମାର ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଦେବକୀନନ୍ଦନ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାରୋହରେ ଶରତ ଚନ୍ଦ୍ର ପଣ୍ଡା, ନିରଞ୍ଜନ ପରିଡା, ଶରତ ଚନ୍ଦ୍ର ବାରିକ, ରମେଶ ଚନ୍ଦ୍ର ପତି ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲା । ପ୍ରଥମେ ମା’ ସରସ୍ୱତୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ପରେ ଅତିଥିମାନେ ପୁରାଣ ବର୍ଣ୍ଣିତ ଶ୍ରବଣ କୁମାରଙ୍କ ବିଷୟରେ ମୂଲ୍ୟବାନ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଜଣ୍ଟିଲୋ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ କୈଳାସ ଚନ୍ଦ୍ର ବାରିକଙ୍କ ପୁତ୍ର ଦୀପକ ରଞ୍ଜନ ବାରିକ ଓ ତାଙ୍କ ଧର୍ମପତ୍ନୀ ଲୁନା ସାହାଣୀଙ୍କୁ ପିତାମାତାଙ୍କ ପ୍ରତି ଭକ୍ତି ଓ ଉତ୍ତମ ସେବା ପ୍ରଦାନ ପାଇଁ ପୁଷ୍ପଗୁଛ ଏବଂ ଉତ୍ତରୀୟ ପ୍ରଦାନ ପୂର୍ବକ ଏ ଯୁଗର ଶ୍ରବଣ କୁମାର ସମ୍ମାନରେ ସମ୍ମାନିତ କରାଯାଇଥିଲା । ସମ୍ପାଦକ ବାନାମ୍ବର ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ମନୋଜ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗଜେନ୍ଦ୍ର ମହାନ୍ତି, ବସନ୍ତ କୁମାର ପ୮ତି, ପୁରୁଷୋତ୍ତମ ସ୍ୱାଇଁ, ଭୁବନମୋହନ ମିଶ୍ର, ନାରାୟଣ ଚନ୍ଦ୍ର ସ୍ୱାଇଁ, ପୂର୍ଣ୍ଣଚନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ