ଶ୍ରାବଣୀ ମହାଦେବଙ୍କୁ ଜଳଲାଗି କଲେ କାଉଡିଆ

ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡିରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବେଢାରେ ଥିବା ଶ୍ରାବଣୀ ମହାଦେବଙ୍କୁ ମାସର ଶେଷ ସୋମବାରରେ ପ୍ରାୟ ୧ ହଜାର କାଉଡିଆ ଜଳଲାଗି କରିଛନ୍ତି । ସୂଚନାନୁସାରେ ବିଭିନ୍ନ ନଦୀଘାଟରୁ ଭକ୍ତମାନେ ସୁବାସିତ ଜଳ ଆଣି ପ୍ରଭୁଙ୍କ ମସ୍ତକରେ ଜଳ ଢାଳି ଶ୍ରାବଣୀ ବ୍ରତ ଭଙ୍ଗ କରିଥିଲେ । ପୀଠରେ କାଉଡିଆ ଓ ଅନ୍ୟ ଭକ୍ତ ମାନଙ୍କ ହରିବୋଲ, ହୁଳହୁଳୀ ଓ ଓଁ ନମଃ ଶିବାୟ ଧ୍ବନୀରେ ପୀଠ ପ୍ରକମ୍ପିତ ହୋଇଥିଲା । ଆରଡି ଫାଣ୍ଡି ଅଧିକାରୀ ସୁରେନ୍ଦ୍ର ମଲ୍ଲଙ୍କ ତତ୍ତ୍ବାବଧାନରେ ପୀଠରେ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା । ଶ୍ରାବଣ ମାସର ୫ ସୋମବାରରେ କାଉଡିଆ ଭକ୍ତମାନେ ନିୟମ ମାନି ଶୃଙ୍ଖଳାର ସହ ଜଳଲାଗି କରିଥିବାରୁ ଭଦ୍ରକ ଉପ ଜିଲାପାଳ ତଥା ମନ୍ଦିର ମ୍ୟାନେଜିଂ ଟ୍ରଷ୍ଟି ମନୋଜ କୁମାର ପାତ୍ର ସମସ୍ତ କାଉଡିଆ ଭକ୍ତ, ସେବାୟତ, ପୋଲିସ ପ୍ରଶାସନ, ମନ୍ଦିର କର୍ମଚାରୀ ଓ ଶ୍ରଦ୍ଧାଳୁଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ