ବରିଷ୍ଠ ନାଗରିକଙ୍କୁ ସାଇବର ସଚେତନତା
ବନ୍ତ, (ଚାନ୍ଦିନୀ ମହାନ୍ତି ): ବୁଧବାର ବନ୍ତ ଥାନା ପରିସରରେ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଥାନାଧିକାରୀ ସୁପ୍ରକାଶ ମହାନ୍ତି ବରିଷ୍ଠ ନାଗରିକ ମାନଙ୍କୁ ସାଇବର ଠକେଇ, ଡିଜିଟାଲ ଆରେଷ୍ଟ, ନୂତନ ଅପରାଧ ଆଇନ ସମ୍ପର୍କରେ ସଚେତନ କରାଇଥିଲେ l ଏଥିରେ ବନ୍ତ ବରିଷ୍ଠ ନାଗରିକ ମଞ୍ଚର ସଭାପତି ସୁଧାଂଶୁ ଶେଖର ନାୟକ, ସମ୍ପାଦକ ଭାସ୍କର ଚନ୍ଦ୍ର ପାଢ଼ୀ, ସହ ସମ୍ପାଦକ ନାରାୟଣ ଚନ୍ଦ୍ର ଲେଙ୍କା, ଶୁଭେନ୍ଦ୍ର କୁମାର ମିଶ୍ର, ଜଗନ୍ନାଥ ପାତ୍ର, ଅଲେଖ ଚନ୍ଦ୍ର ନାୟକ, ରମାକାନ୍ତ ଜେନା, ପ୍ରକାଶ ଚନ୍ଦ୍ର ସାହୁ, ହରିହର ପାଣିଗ୍ରାହୀ, ଗଣେଶ ଚନ୍ଦ୍ର ଧଳ, ଭାଗବତ ସୂତାର, କେଦାରନାଥ ମହାନ୍ତି, ୟାକତ ଅଲ୍ଲୀ, ମାଧବ ଚନ୍ଦ୍ର ବିଶ୍ୱାଳ, ସୁବାଷ ଚନ୍ଦ୍ର ପଣ୍ଡାଙ୍କ ସମେତ ବହୁ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ l ଏଥିରେ ବରିଷ୍ଠ ନାଗରିକ ମାନଙ୍କର ବିଭିନ୍ନ ସମସ୍ୟା, ବରିଷ୍ଠ ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଡେସ୍କ ଖୋଲିବା, ଅସୁବିଧାରେ ସମ୍ମୁଖୀନ ହେଉଥିବା ବରିଷ୍ଠ ନାଗରିକ ମାନଙ୍କୁ ପରାମର୍ଶ ପ୍ରଦାନ ନେଇ ଏକ କମିଟି ଗଠନ କରିବାକୁ ବରିଷ୍ଠ ନାଗରିକ ମାନେ ପ୍ରସ୍ତାବ ଦେଇଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ ଏସଆଇ ଅସ୍ମିତା ପ୍ରଧାନ, ଏଏସଆଇ ମନମୋହନ ବାରିକ, ଜଗବନ୍ଧୁ ମାଟିଆ, ବସନ୍ତ କୁମାର ଜେନା, ପ୍ରକାଶ ଚନ୍ଦ୍ର ଜେନା, ବୁଦ୍ଧିରାମ ପୂର୍ତ୍ତି ପ୍ରମୁଖ ସହଯୋଗ କରିଥିଲେ l


