ଶ୍ରୀଗୁରୁଦେବଙ୍କ ସ୍ନାନ ଉତ୍ସବ ଅନୁଷ୍ଠିତ

ନିମାପଡା, ( ସନ୍ତୋଷ ଦାଶ) :-ପୁରୀ ଜିଲ୍ଲା ନିମାପଡା ବ୍ଲକ ତୁଳସୀପୁର ପଞ୍ଚାୟତର ପ୍ରାଚୀନଦୀ କୂଳସ୍ଥିତ ବନ୍ଦେଶ୍ୱର ଗ୍ରାମ ରେ ପୂଜା ପାଉଥିବା ଶ୍ରୀ ଗୁରୁଦେବ ଠାକୁରଙ୍କ ସ୍ନାନ ଉତ୍ସବ ପାରମ୍ପରିକ ପ୍ରଥାନୁସାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାତଃ ରୁ ତୁଳସୀପୁର ଗ୍ରାମ ର ଅବନିନ୍ଦ୍ର ତ୍ରିପାଠୀ, କ୍ଷମାନିଧି ତ୍ରିପାଠୀ, ରଜନୀକାନ୍ତ ତ୍ରିପାଠୀ ପ୍ରମୁଖ ବନ୍ଦେଶ୍ୱର ଗ୍ରାମ ରେ ପହଞ୍ଚି ଠାକୁର ଙ୍କ ସ୍ନାନ ନୀତି କରିଥିଲେ । ଠାକୁର ଙ୍କୁ ନିଜ ସିଂହାସନ ରୁ ସ୍ନାନ ବେଦୀ କୁ ନିଆ ଯାଇଥିଲା। ପୂଣ୍ୟତୋୟା ପ୍ରାଚୀନଦୀ ରୁ ୧୦୮ କଳସ ଶୁଦ୍ଧ ପବିତ୍ର ଜଳ ଅଣାଯାଇ ସେଥିରେ ଚନ୍ଦନ, କର୍ପୁର, କେଶର, ପଞ୍ଚାମୃତ, ଗଙ୍ଗାଜଳ ମିଶ୍ରିତ କରାଯିବା ପରେ ସେହି ଜଳ ରେ ଶ୍ରୀ ଗୁରୁଦେବ ଠାକୁରଙ୍କୁ ସ୍ନାନ କରା ଯାଇଥିଲା। ସ୍ନାନ ନୀତି ପରେ ଠାକୁର ଙ୍କୁ ଅନ୍ନ ଭୋଗ ଲାଗି କରା ଯାଇ ଅଣସର ଗୃହ କୁ ନିଆଯାଇ ଥିଲା । ନବ ଯୌବନ ଦର୍ଶନ ପରେ ଠାକୁର ଏଠାରୁ ୩ କିମି ପାଲିଙ୍କି ରେ ଯାଇ ତୁଳସୀପୁର ବ୍ରାହ୍ମଣ ଶାସନ ରେ ଅନୁଷ୍ଠିତ ଘୋଷଯାତ୍ରା ରେ ଭାଗ ନେବେ ବୋଲି ପୂଜକ କୈଳାଶ ପାଣି ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ